ନୂଆଦିଲ୍ଲୀ:ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆଲୋକର ପର୍ବ ଦୀପାବଳି ପାଳନ କରିବା ପାଇଁ ଉତ୍ସାହିତ ସମଗ୍ର ଦେଶ । ତେବେ ଏହା ପୂର୍ବରୁ ପ୍ରାକ ଦିପାବଳୀ ପାଳନ ହେବା ମଧ୍ୟ ଆରମ୍ଭ ହୋଇ ସାରିଲାଣି । ରାମ ଜନ୍ମଭୂମି ଅଯୋଧ୍ୟାରେ ଦୀପୋତ୍ସବ ପାଳନ ଜାରି ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଂଶଗ୍ରହଣ କରିଛନ୍ତି । ତେବେ ଦିପାବଳୀ ପୂର୍ବରୁ ଦେଶର ବିଭିନ୍ନ ସହରରେ ଥିବା ଜାତୀୟ ଐତିହ ଓ ସ୍ମାରକକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି ।
ଦିଲ୍ଲୀରେ ରାଷ୍ଟ୍ରପତି ଭବନ ସମେତ ଏକାଧିକ ସ୍ମାରକକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି । ସେହିପରି ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇରେ ମଧ୍ୟ ଏକାଧିକ ଐତିହ ଓ ଗୁରୁତ୍ବପୂର୍ଣ୍ଣ ଅଟ୍ଟାଳିକାକୁ ଆଲୋକମାଳାରେ ସଜ୍ଜା ଯାଇଛି । ମୁମ୍ବାଇର ଐତିହାସିକ ଗେଟ-ଓ୍ବେ ଅଫ ଇଣ୍ଡିଆ, ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ମଧ୍ୟ ଆଲୋକମାଳାରେ ସଜ୍ଜା ଯାଇଛି ।