ଓଡିଶା

odisha

ETV Bharat / bharat

ଅନାଥ ଆଶ୍ରମରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ! - ହାଇଦ୍ରାବାଦରେ ଲଜ୍ଜା

ହାଇଦ୍ରାବାଦରେ ଲଜ୍ଜା । ଆଶ୍ରୟ ଦେଇ ଦୁଇ ଅସହାୟ ନାବାଳିକାଙ୍କୁ ଦୁଷ୍କର୍ମ କଲେ ଆଶ୍ରମ ମାଲିକ । ଅଧିକ ପଢନ୍ତୁ

ଅନାଥ ଆଶ୍ରମରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ
ଅନାଥ ଆଶ୍ରମରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ

By

Published : Oct 26, 2022, 10:40 PM IST

ହାଇଦ୍ରାବାଦ: ହାଇଦ୍ରାବାଦରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଅନାଥ ଆଶ୍ରମ ଚଳାଉଥିବା ଜଣେ ବ୍ୟକ୍ତି ଆଶ୍ରମର ଦୁଇ ଅସହାୟ ନାବାଳିକାଙ୍କ ସହ ଦୁଷ୍କର୍ମ କରିଛି । ପୀଡିତା ଦୁହେଁ ଆଶ୍ରମରୁ ଲୁଚି ପଳାଇଯିବା ପରେ ପୁରା ଘଟଣା ଉପରୁ ପରଦା ହଟିଛି । ଏନେଇ ପୋଲିସ ମୁରଲି ନାମକ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଆଶ୍ରମର ୩ ଜଣ ଅଧିକାରୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମଧ୍ୟ ମାମଲାକୁ ଗୁରୁତର ସହ ନେଇ ତନଘନା ଚଳାଇଛି ।

ସୂଚନା ମୁତାବକ, ହାଇଦ୍ରାବାଦର ନେରେଦମେଟ ଅଞ୍ଚଳରେ ଚିଲଡ୍ରେନ ହୋମ (Children's Home) ନାମକ ଘରୋଇ ସଂସ୍ଥା ଅସହାୟ ପିଲାଙ୍କ ପାଇଁ ଅନାଥ ଆଶ୍ରମ ଭଳି କାର୍ଯ୍ୟ କରୁଛି । ଏହି ଅନାଥ ଆଶ୍ରମରେ ଅନେକ ବାପା ମା’ ଛେଉଣ୍ଡ ନାବାଳିକା ଓ ମହିଳା ରହୁଛନ୍ତି । ଦୀର୍ଘ ୫ ବର୍ଷ ହେଲା ଚାଲୁଥିବା ଏହି ସଂସ୍ଥାରେ ୧୦ରୁ ୨୫ ବର୍ଷର ପ୍ରାୟ ୩୬ ଜଣ ଅସହାୟ ରହିଆସୁଛନ୍ତି । ତେବେ ଗତ ୧୯ ତାରିଖ ଦିନ ଏହି ଆଶ୍ରମର ଦୁଇ ନାବାଳିକ ଓ ଜଣେ ଯୁବତୀ କୁଆଡେ ଲୁଚି ପଳାଇଥିବାର ଖବର ମିଳିଥିଲା ।

ସେମାନେ ସଙ୍ଗାରେଡ୍ଡୀ ଅଞ୍ଚଳରେ ରହୁଥିବା ଯୁବତୀଙ୍କ ଜଣେ ଦୂର ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲେ । ହେଲେ ଯୁବତୀଙ୍କ ସମ୍ପର୍କୀୟ କେବଳ ତାଙ୍କୁ ରହିବାକୁ ଅନୁମତି ଦେଇ ଅନ୍ୟ ଦୁଇ ନାବାଳିକାଙ୍କୁ ବାହାର କରିଦେଇଥିଲେ । ସେଠାରୁ ବାହାରିବା ପରେ ଦୁଇ ଅସହାୟ ନାବାଳିକା କୁଆଡେ ଯିବେ ଜାଣି ପାରିଥିଲେ । ତେଣୁ କିଛି ଘଣ୍ଟା ପରେ ବାଧ୍ୟ ହୋଇ ପୁଣି ସେମାନେ ଚିଲଡ୍ରେନ ହୋମକୁ ଫେରି ଯାଇଥିଲେ । ଏହି ଘଟଣା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ସଖି ସେଣ୍ଟର ଅଧିକାରୀଙ୍କ ଦୃଷ୍ଟିରେ ପଡିଥିଲା ।

ଏହାମଧ୍ୟ ପଢନ୍ତୁ: ହିମାଚଳରେ ନକଲି ପରିଚୟ ଦେଇ ରହୁଥିବା ଚୀନ ମହିଳା ଗିରଫ

ପିଲାମାନେ କାହିଁକି ଲୁଚି ପଳାଇଥିଲେ ସେ ବାବଦରେ ପଚରାଉଚରା କରିବାରୁ ଦୁଇ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଜଣାଇଥିଲେ । ଜଣଙ୍କୁ ଆଶ୍ରମ ଭିତରେ ଏବଂ ଅନ୍ୟମାନଙ୍କ ସହ ଅନ୍ୟତ୍ର ଦୁଷ୍କର୍ମ କରାଯାଇଥିବା ସେ କହିଥିଲେ । ଏହି ଘଟଣା ଜଣାପଡିବା ପରେ ପୀଡିତାଙ୍କୁ ଉଦ୍ଧାର କରାଯାଇ ସଖି ସେଣ୍ଟରକୁ ପଠାଯାଇଛି । ସେହିପରି ଅନ୍ୟ ଯୁବତୀଙ୍କୁ ସଙ୍ଗାରେଡ୍ଡୀରୁ ହାଇଦ୍ରାବାଦ ଅଣାଯାଇଛି । ଏହି ଘଟଣାରେ ମୁରଲି ନାମକ ମୁଖ୍ୟ ଅଭିଯୁକ୍ତ ସହ ପୋଲିସ ଆଶ୍ରମର ମୋଟ ତିନି ଜଣ ଅଧିକାରୀଙ୍କୁ ଗିରଫ କରିଛି । ମୁରଲି ଝିଅମାନଙ୍କ ଠାରୁ ମସାଜ ନାଁରେ ତାଙ୍କୁ ଯୌନ ନିର୍ଯାତନା ଦେଉଥିଲା । ଏହାସହିତ 'children's home' ବିନା ସରକାରୀ ଅନୁମତି ଚାଲୁଥିବା ପୋଲିସ ତଦନ୍ତରୁ ଜଣାପଡିଛି ।

ABOUT THE AUTHOR

...view details