ରାୟପୁର: ଧାର ଟଙ୍କା ନଫେରାଇବାରୁ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ତେବେ ଧମତରୀର କୁରୁଦରେ ଜଣେ 60 ବର୍ଷୀୟ ଅଭିଯୁକ୍ତ ପାଖ ପଡୋଶୀରେ ରହୁଥିବା ଜଣେ ମହିଳାଙ୍କୁ 5000 ଟଙ୍କା ଧାର ଦେଇଥିଲେ । ହେଲେ ମହିଳା ଜଣକ ତାଙ୍କ ଟଙ୍କା ଫେରସ୍ତ କରି ପାରିନଥିଲେ। ପ୍ରତିବଦଳରେ ଅଭିଯୁକ୍ତ ତାଙ୍କ ନାବାଳିକା ଝିଅକୁ ଧମକ ଦେଇ ଲଗାତାର ତିନି ମାସ ଧରି ଦୁଷ୍କର୍ମ କରିଥିଲା । ତେବେ ନାବାଳିକା ଜଣକ ଗର୍ଭବତୀ ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ପୀଡିତାଙ୍କ ମାଆ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଏନେଇ କୁରୁଦ ପୋଲିସ ଥାନା ଅଧିକାରୀ କହିଛନ୍ତି, ପୀଡିତାଙ୍କ ମାଆ କୁରୁଦ ପୋଲିସ ଷ୍ଟେସନକୁ ଆସି ଏକ ମାମଲା ରୁଜୁ କରିଛନ୍ତି ଯେ, ଅକ୍ଟୋବର 2022 ମସିହାରେ ସେ ଅଭିଯୁକ୍ତଙ୍କଠାରୁ 5000 ଟଙ୍କା ଧାର ନେଇଥିଲେ । ସେହି ଦିନଠାରୁ ଅଭିଯୁକ୍ତଙ୍କର ମନ୍ଦ ଆଖି ତାଙ୍କର ନାବାଳିକା ଝିଅ ଉପରେ ଥିଲା । ଅଭିଯୁକ୍ତ ଜଣକ ତାଙ୍କର ନାବାଳିକା ଝିଅକୁ ଘରକୁ ଡାକି ଲଗାତାର 3ମାସ ଧରି ଦୁଷ୍କର୍ମ କରିଥିଲେ । ଏହି କାରଣରୁ ପୀଡିତା 3 ମାସର ଗର୍ଭବତୀ ଅଛନ୍ତି ।