ମୁମ୍ବାଇ:ମହାରାଷ୍ଟ୍ର ନନ୍ଦୁବାର ଜିଲ୍ଲାରେ ଅଭାବନୀୟ ଘଟଣା । ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ । ଝିଅର ମୃତଦେହକୁ ଅନ୍ତିମ ସଂସ୍କାର ନକରି 42 ଦିନ ପର୍ଯ୍ୟନ୍ତ ରଖିଥିଲେ । ନ୍ୟାୟ ପାଇଁ ଝିଅର ମୃତଦେହକୁ ଲୁଣରେ ପୋତିଥିଲେ ବାପା । ସେପଟେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଅନ୍ତେଷ୍ଟି କ୍ରିୟା ହେବାନାହିଁ ବୋଲି ପରିବାର ଲୋକେ କହିଛନ୍ତି ।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଝିଅକୁ ଦୁଷ୍କର୍ମ କରି ହତ୍ୟା କରାଯାଇଛି । କିନ୍ତୁ ପୋଲିସ ଆତ୍ମହତ୍ୟା ମାମଲା ରୁଜୁ କରିଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ଦୁଷ୍କର୍ମ ନେଇ କୌଣସି ତଥ୍ୟ ମିଳିନାହିଁ । ତେଣୁ ଗ୍ରାମବାସୀଙ୍କ ସହାୟତାରେ ମୃତ ମହିଳାଙ୍କ ବାପା ଏଭଳି ପଦକ୍ଷେପ ଉଠାଇଛନ୍ତି । ଘଟଣାସ୍ଥଳକୁ ଆସି ପୁନଃ ମୃତଦେହ ବ୍ୟବଚ୍ଛେଦ କରିବାକୁ ସେ ଦାବି କରିଛନ୍ତି । ଉକ୍ତ ଅଞ୍ଚଳର ରଣଜିତ ଠାକରେ ନାମକ ଜଣେ ବ୍ୟକ୍ତି ଏବଂ ତାର ସହଯୋଗୀ ଗତ ଅଗଷ୍ଟ 1ତାରିଖରୁ ଉକ୍ତ ମହିଳାଙ୍କୁ କାର ଯୋଗେ ଉଠାଇ ନେଇଥିଲା । ଏହାପରେ ରଣଜିତ ସମେତ 4 ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ମହିଳା ଜଣକ ତାଙ୍କ ସମ୍ପର୍କିୀୟଙ୍କୁ କହିଥିଲେ ଏବଂ ସେମାନେ ତାଙ୍କୁ ହତ୍ୟା କରିଦେବେ ବୋଲି କହୁଥିଲେ ।