ଓଡିଶା

odisha

ETV Bharat / bharat

ରାଜସ୍ଥାନ ସରକାରରେ ମନ୍ତ୍ରୀଙ୍କ ପୁଅ ନାମରେ ଦୁଷ୍କର୍ମ ଅଭିଯୋଗ - ରୋହିତ ଜୋଷୀଙ୍କ ନାରେ ଦୁଷ୍କର୍ମ ଅଭିଯୋଗ

ରାଜସ୍ଥାନ ମନ୍ତ୍ରୀଙ୍କ ପୁଅ ନାମରେ ଦୁଷ୍କର୍ମ ଅଭିଯୋଗ । ରାଜସ୍ଥାନର ମନ୍ତ୍ରୀ ମହେଶ ଜୋଷୀଙ୍କ ପୁଅ ରୋହିତ ଜୋଷୀଙ୍କ ନାରେ ଦୁଷ୍କର୍ମ କରଥିବା ଅଭିଯୋଗ । ଅଧିକ ପଢନ୍ତୁ

ରାଜସ୍ଥାନ ମନ୍ତ୍ରୀଙ୍କ ପୁଅ ନାମରେ ଦୁଷ୍କର୍ମ ଅଭିଯୋଗ
ରାଜସ୍ଥାନ ମନ୍ତ୍ରୀଙ୍କ ପୁଅ ନାମରେ ଦୁଷ୍କର୍ମ ଅଭିଯୋଗ

By

Published : May 9, 2022, 11:56 AM IST

ଜୟପୁର:ରାଜସ୍ଥାନ ମନ୍ତ୍ରୀଙ୍କ ପୁଅ ନାମରେ ଦୁଷ୍କର୍ମ ଅଭିଯୋଗ । ରାଜସ୍ଥାନର ମନ୍ତ୍ରୀ ମହେଶ ଜୋଷୀଙ୍କ ପୁଅ ରୋହିତ ଜୋଷୀଙ୍କ ନାରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ରାଜସ୍ଥାନରେ ଜଣେ ମହିଳା ଏହି ଅଭିଯୋଗ ଆଣିବା ପରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ରାଜସ୍ଥାନକୁ ସ୍ଥାନାନ୍ତର କରିଛି । ସୂଚନା ଅନୁସାରେ, ଅଭିଯୋଗ ଆଣିଥିବା ୨୪ ବର୍ଷୀୟା ଯୁବତୀ ହେଉଛନ୍ତି ରାଜସ୍ଥାନର ବାସିନ୍ଦା ।

ପୀଡିତା ଅଭିଯୋଗ କରିଛନ୍ତି ଯେ, "ମନ୍ତ୍ରୀଙ୍କ ପୁଅ ରୋହିତ ଯୋଶୀ ମଦ୍ୟପାନ କରିବା ପରେ ଏକାଧିକ ଥର ଦୁଷ୍କର୍ମ କରିଛନ୍ତି । ପ୍ରଥମେ ଜୟପୁରର ଏକ ହୋଟେଲକୁ ନେଇ ଦୁଷ୍କର୍ମ କରିଥିଲେ, ପରେ ଅଶ୍ଲିଳ ଭିଡିଓ ବନାଇ ଅନୈତିକ ସମ୍ପର୍କ ପାଇଁ ବାଧ୍ୟ କରୁଥିଲେ । ଏହାପରେ ଡେରାଡୁନକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ ।"

ପୀଡିତାଙ୍କ ବୟାନକୁ ଆଧାରକରି ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିବା ସହ ପୀଡିତାକୁ ଜୟପୁର ପୋଲିସ ନିକଟକୁ ପଠାଇଦେଇଛି । ଫଳରେ ଦେଶରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ପୁଅଙ୍କ ନାମରେ ଏପରି ସଙ୍ଗୀନ ଅଭିଯୋଗ ଆସିବା ପରେ ଘଟଣା ରାଜନୈତିକ ରଙ୍ଗ ନେବାର ସମ୍ଭାବନା ରହିଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details