ଓଡିଶା

odisha

ETV Bharat / bharat

ପୁଣି 21 ଦିନିଆ ପାରୋଲରେ ଜେଲରୁ ବାହାରିବ ରାମ ରହିମ - ଜେଲରୁ ବାହାରିବ ରାମ ରହିମ

ପୁଣି ଜେଲରୁ ବାହାରିବ ରାମରହିମ । ମିଳିଲା 21 ଦିନିଆ ପାରୋଲ । 2017ରେ ନିଜ ଦୁଇ ସହଯୋଗୀ ମହିଳାଙ୍କୁ ଦୁଷ୍କର୍ମ ଓ ଭିନ୍ନ ଭିନ୍ନ ଦୁଇ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପାଇଥିଲା 20 ବର୍ଷ ଜେଲ ଦଣ୍ଡାଦେଶ । ଅଧିକ ପଢନ୍ତୁ

ପୁଣି 21 ଦିନିଆ ପାରୋଲରେ ଆସିବ ଦୁଷ୍କର୍ମୀ ରାମ ରହିମ
ପୁଣି 21 ଦିନିଆ ପାରୋଲରେ ଆସିବ ଦୁଷ୍କର୍ମୀ ରାମ ରହିମ

By ETV Bharat Odisha Team

Published : Nov 20, 2023, 7:14 PM IST

Updated : Nov 20, 2023, 9:19 PM IST

ଚଣ୍ଡିଗଡ: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିବା ‘ଦେରା ସଚ୍ଚା ସୌଦା’ ମୁଖ୍ୟ ରାମରହିମକୁ ପୁଣି 21 ଦିନିଆ ପାରୋଲ ପ୍ରଦାନ କରିଛନ୍ତି କୋର୍ଟ । ପୂର୍ବରୁ ମଧ୍ୟ ସେ ଚଳିତ ଜାନୁଆରୀରେ 40 ଦିନିଆ ପାରୋଲରେ ଜେଲରୁ ଆସିଥିଲା । ଏବେ ପୁଣି ସେ ଜେଲରୁ ବାହାରିବାକୁ ଯାଉଛି । ନିଜ ସଂଗଠନର ଦୁଇ ମହିଳା ସହଯୋଗୀଙ୍କୁ ଦୁଷ୍କର୍ମ ମାମଲା ଓ ପୃଥକ ପୃଥକ ଦୁଇଟି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ରାମରହିମ ଏବେ ହରିୟାଣାର ସୁନାରିଆ ଜେଲରେ ସଜ୍ଜା କାଟୁଛି । ସେ ଏହି ପାରୋଲ ଅବଧି ମଧ୍ୟରେ ଉତ୍ତର ପ୍ରଦେଶର କୌଣସି ଏକ ସ୍ଥାନରେ ରହିବା ନେଇ ସୂଚନା ମିଳିଛି । ତେବେ କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ତାକୁ ଚଳିତ ପୋରେଲ ଅନୁମତି ମିଳିଛି, ସେ ନେଇ ସ୍ପଷ୍ଟ ହୋଇନି ।

ସେ ଗିରଫ ହେବା ପରେ ଚଳିତ ଜାନୁଆରୀରେ 40 ଦିନିଆ ପାରୋଲ ଅନୁମତି ପାଇଥିଲା । ଏହାକୁ ନେଇ ସେତେବେଳେ ବିରୋଧ ମଧ୍ୟ ହୋଇଥିଲା । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବୟାନ ମଧ୍ୟ ସେତେବେଳେ ରାଜନୀତିକୁ ଉଷ୍ମ କରିଥିଲା । ସମସ୍ତ ନ୍ୟାୟିକ ପ୍ରକ୍ରିୟା ଅନୁସରଣ କରି ପାରୋଲ ପାଇବା ରାମରହିମଙ୍କର ଅଧିକାର ବୋଲି ଖଟ୍ଟର କହିଥିଲେ । ସେହି ପାରୋଲ ଅବଧିରେ ନିଜ ଜନ୍ମଦିନରେ ରାମରହିମ ଖଣ୍ଡାରେ କେକ କାଟୁଥିବାର ମଧ୍ୟ ଖବର ପ୍ରସାରିତ ହୋଇଥିଲା । ଯାହାକୁ ନେଇ ହରିୟାଣା ଓ ପଞ୍ଜାବରେ ଉଦବେଗ ପ୍ରକାଶ ପାଇଥିଲା । ଏବେ ପୁଣି ଥରେ ରାମରହିମ 21 ଦିନିଆ ତଥା 3 ସପ୍ତାହ ବିଶିଷ୍ଟ ପାରୋଲରେ ଜେଲରୁ ବାହାରିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ:- ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାମରହିମଙ୍କୁ ୨୧ ଦିନ ପାରୋଲ

ସୂଚନା ଯୋଗ୍ୟ 2017 ମସିହାରେ ଦୁଇ ମହିଳା ସହଯୋଗୀଙ୍କୁ ଦୁଷ୍କର୍ମ ଓ ଅନ୍ୟ ଦୁଇଟି ଭିନ୍ନ ଭିନ୍ନ ହତ୍ୟା ଘଟଣାରେ ସିବିଆଇ ରାମରହିମକୁ ଗିରଫ କରିଥିଲା । ସମସ୍ତ ମାମଲାରେ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ସିବିଆଇ କୋର୍ଟ ତାକୁ 20 ବର୍ଷ କାରାଦଣ୍ଡ ଓ ଦୁଇଟି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା । ଦଣ୍ଡ ଶୁଣାଣି ପରେ ତାଙ୍କୁ 2017 ମସିହା 25 ଅଗଷ୍ଟରେ ତାକୁ ହରିୟାଣାର ସୁନରିଆ ଜେଲକୁ ପଠାଯାଇଥିଲା । ଯେଉଁଠାରେ ସେ ସଜ୍ଜା କାଟୁଛି । ଏବେ ବି ପଞ୍ଜାବ ଓ ହରିୟାଣାରେ ତାର ବହୁ ସମର୍ଥକ ରହିଥିବା କାରଣରୁ, ତାକୁ ପାରୋଲ ମିଳିଲେ ବିଭିନ୍ନ ଆଶଙ୍କା ପ୍ରକାଶ ପାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 20, 2023, 9:19 PM IST

ABOUT THE AUTHOR

...view details