ଓଡିଶା

odisha

By

Published : Feb 7, 2022, 8:49 PM IST

ETV Bharat / bharat

ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାମରହିମଙ୍କୁ ୨୧ ଦିନ ପାରୋଲ

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜୀବନ ସଜ୍ଜା କାଟୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାମରହିମଙ୍କୁ ୨୧ ଦିନ ପାରୋଲ । ରହିଛନ୍ତି କୋଟି କୋଟି ସମର୍ଥକ । ପ୍ରଭାବିତ ହୋଇପାରେ ପଞ୍ଜାବ ରାଜନୀତି । ଅଧିକ ପଢନ୍ତୁ

ରାମରହିମଙ୍କୁ ୨୧ ଦିନ ପାରୋଲ
ରାମରହିମଙ୍କୁ ୨୧ ଦିନ ପାରୋଲ

ଚଣ୍ଡିଗଡ:ନିଜ ସହଯୋଗୀକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜୀବନ ସଜ୍ଜା କାଟୁଥିବା ଡେରା ସଚ୍ଚା ସୌଦା ଗୁରୁମିତ ରାମ ରହିମ ଜେଲରୁ ମୁୁକୁଳିବେ । ୨୧ ଦିନ ପାଇଁ ତାଙ୍କୁ ପାରୋଲ ଅନୁମତି ଦେଇଛନ୍ତି କୋର୍ଟ । ଗତ କିଛି ଦିନ ପୂର୍ବରୁ ନିଜ ଅସୁସ୍ଥ ମା‘ଙ୍କୁ ଭେଟିବା ପାଇଁ ଗୋଟିଏ ଦିନ ପାରୋଲ ଅନୁମତି ପାଇଥିଲେ ରାମରହିମ । ତେବେ ଏବେ ପଞ୍ଜାବର ବିଧାନସଭା ନିର୍ବାଚନ ପାଇଁ ସ୍ଥିତି ସରଗରମ ଥିବାବେଳେ ତାଙ୍କୁ ଦୀର୍ଘକାଳୀନ ପାରୋଲ ମିଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଚର୍ଚ୍ଚାର କାରଣ ହେଉଛି ଏବେ ମଧ୍ୟ ପଞ୍ଜାବ ଓ ହରିୟାଣାର ଅନେକ ସ୍ଥାନରେ ରାମ ରହିମଙ୍କର ଲକ୍ଷାଧିକ ସମର୍ଥକ ତଥା ଅନୁଗାମୀ ମଧ୍ୟ ରହିଛନ୍ତି । ଏତେ ସଂଖ୍ୟକ ଅନୁଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି । ୨୧ ଦିନ ପାରୋଲରେ ଆସିଥିବା ରାମରହିମ ନିଜ ସମର୍ଥକଙ୍କ ଦ୍ବାରା ନିର୍ବାଚନରେ ମଧ୍ୟ ପ୍ରଭାବ ଦେଖାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ରାମରହିମଙ୍କର ସର୍ବାଧିକ ସମର୍ଥକ ପଞ୍ଜାବର ମାଲଓ୍ବା କ୍ଷେତ୍ରରେ ଥିବା ବେଳେ ସେହି କ୍ଷେତ୍ରରେ ମୋଟ ୬୯ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ପଞ୍ଜାବରେ ମୋଟ ୧୧୭ ବିଧାନସଭା ଆସନ ଥିବା ବେଳେ ଏହି କ୍ଷେତ୍ରରେ ପ୍ରାୟ ଅଧାରୁ ଅଧିକ ଆସନ ରହିଛି । ଯାହା ରାଜ୍ୟ ଜନାଦେଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ତେଣୁ ବିଧାନସଭା ନିର୍ବାଚନ ନିକଟବର୍ତ୍ତୀ ସମୟରେ ରାମରହିମଙ୍କୁ ପାରୋଲ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details