ପାଟନା:ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପିଟିପିଟି ମାରିଦେଲେ ସ୍ଥାନୀୟ ଲୋକେ । ଖାଲି ସେତିକି ନୁହେଁ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି । ବିହାରର କଟିହାର ଜିଲ୍ଲା ହସନଗଞ୍ଜରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ମୃତକ ବିରୋଧରେ ଜଣେ ୧୧ ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଜଣେ ଯୁବକଙ୍କୁ ଏକ ଖଜୁରୀ ଗଛରେ ବାନ୍ଧୀ ଅମାନୁଷିକ ଭାବରେ ମାଡ଼ ମରାଯାଉଥିବା ଦେଖିବାକୁ ମିଳିଛି । ନାବାଳିକା ଦୁଷ୍କର୍ମ ଅଭିଯୋଗରେ ମହମ୍ମଦ ସାଗିର ନାମକ ୨୮ ବର୍ଷୀୟ ଯୁବକଙ୍କୁ ଧରିଥିଲେ ସ୍ଥାନୀୟ ଲୋକେ । ଏହାପରେ ତାକୁ ଖଜୁରୀ ଗଛରେ ବାନ୍ଧି ଠେଙ୍ଗାବାଡ଼ିରେ ପ୍ରବଳ ମାଡ଼ ମାରିଥିଲେ । ସ୍ଥିତି ସଙ୍କଟାପନ୍ନ ହେଲା ପର୍ଯ୍ୟନ୍ତ ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ ।