ମୁମ୍ବାଇ: ମହାରାଷ୍ଟ୍ରରେ ଏବେ ଲକଡାଉନ ଜାରି ରହିଛି । ଆଉ ଏହି ସମୟରେ ବୁଲା କୁକୁରଙ୍କ ଭୋକ ମେଣ୍ଟାଉଛନ୍ତି ନାଗପୁରର ରଞ୍ଜିତ ନାଥ । ଲକଡାଉନ ଯୋଗୁଁ ବୁଲା କୁକୁରଙ୍କୁ ଟିକିଏ ଅଇଁଠା ଖାଇବାକୁ ମିଳୁନଥିବା ବେଳେ ଏହି ବ୍ୟକ୍ତି ଜଣଙ୍କ 190ଟି କୁକୁରଙ୍କୁ ଚିକେନ ବିରିୟାନି ଖାଇବାକୁ ଦେଉଛନ୍ତି । ତାହା ପୁଣି ନିଜ ହାତରେ ତିଆରି କରି ବାଇକରେ ବୁଲି ବୁଲି ।
ମହାମାରୀ ଆରମ୍ଭରୁ ପ୍ରତ୍ୟେକ ଦିନ 40 କିଲୋଗ୍ରାମ ବିରିୟାନୀ ରୋଷେଇ କରି 190ଟି ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି । ବିରିୟାନି ପ୍ରସ୍ତୁତ କରିବାରୁ ରଞ୍ଜିତଙ୍କ ଦିନ ଆରମ୍ଭ ହୁଏ । ଏବଂ ପ୍ରତ୍ୟେକ ଦିନ ସନ୍ଧ୍ୟା 5ଟା ସମୟରେ ବାଇକରେ ବୁଲି ବୁଲି ଖାଦ୍ୟ ଦେଇଥାନ୍ତି ବୁଲା କୁକୁରଙ୍କୁ ।