ହାଇଦ୍ରାବାଦ:ପଡିବ ଅଭିନେତା ରଣଦୀପ ହୁଡା ଏବଂ ଲିନ ଲୈଶ୍ରମଙ୍କ ହାତଗଣ୍ଠି । ଆଉ ମାତ୍ର ୪ ଦିନ ପରେ ଅର୍ଥାତ୍ ୨୯ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ । ମଣିପୁରର ଇମ୍ଫାଲରେ ସେମାନଙ୍କ ବିବାହ ଆୟୋଜନ ହେବା ନେଇ ସ୍ଥିର କରାଯାଇଛି । ଲିନଙ୍କ ଘର ଇମ୍ଫାଲରେ ହୋଇଥିବାବେଳେ ସେହିଠାରେ ବିବାହ ପରେ ମୁମ୍ବାଇରେ ବନ୍ଧୁ ଏବଂ ସହକର୍ମୀଙ୍କ ପାଇଁ ସ୍ବତନ୍ତ୍ର ପାର୍ଟିର ଆୟୋଜନ କରାଯିବ । ଏହି ଶୁଭ କାର୍ଯ୍ୟ ପାଇଁ ସମସ୍ତଙ୍କ ଆଶୀର୍ବାଦ ଲୋଡିଥିବା କହିଛନ୍ତି ପ୍ରେମୀ ଯୁଗଳ । ତେବେ ହୁଡା ଓ ଲିନଙ୍କ ବିବାହ ପାଖେଇ ଆସୁଥିବାବେଳେ ଫ୍ୟାନ୍ସ ମାନେ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ତେବେ ଲିନଙ୍କ ବୟସ ୩୭ବର୍ଷ ହୋଇଥିବାବେଳେ ସେ ଜଣେ ପ୍ରତିଭାବାନ ମଡେଲ ଓ ଅଭିନେତ୍ରୀ । ୨୦୦୭ ମସିହାରେ ଲିନ ପ୍ରଥମେ ଓମ ଶାନ୍ତି ଓମ ଚଳଚ୍ଚିତ୍ରରେ ନଜର ଆସିଥିଲେ । ଏହାପରେ ସେ ମ୍ୟାରିକମ୍, ଉମ୍ରିକା, ରଙ୍ଗୁନ ଏବଂ ଜାନେ ଜାନ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେହିପରି ରଣଦୀପଙ୍କ ବୟସ ୪୭ବର୍ଷ ହୋଇଥିବାବେଳେ ସେ ମଧ୍ୟ ଜଣେ ପ୍ରତିଭା ସମ୍ପନ୍ନ ଅଭିନେତା । ସରବଜିତ, ହାଇୱେ, ସୁଲ୍ତାନ ଏବଂ ସାହିବ ବିବି ଔର ଗ୍ୟାଙ୍ଗ୍ଷ୍ଟର ଭଳି ଅନେକ ଚଳଚ୍ଚିତ୍ର ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିଛନ୍ତି ।