ମୁମ୍ବାଇ: ରାଣା ଦମ୍ପତିଙ୍କ ପିଚ୍ଛା ଛାଡୁନି ବିବାଦ । ଆଜି ପୁଣି ନେତା ଦମ୍ପତିଙ୍କ ବିରୋଧରେ ପୁଣି ୪ଟି ମାମଲା ରୁଜୁ ହୋଇଛି । ପ୍ରଶାସନର ବିନା ଅନୁମତିରେ ଶତାଧିକ ସମର୍ଥକଙ୍କୁ ନେଇ ମେଗା ରାଲି ଆୟୋଜନ କରିବା ଅଭିଯୋଗରେ ସ୍ଥାନୀୟ ଦୁଇ ଥାନାରେ ଏହି ମାମଲା ରୁଜୁ ହୋଇଛି । ଗତକାଲି (ଶନିବାର) ମହାରାଷ୍ଟ୍ରର ଅମରାବତୀ ସାଂସଦ ନବନୀତ ରାଣା ଓ ବିଧାୟକ ପତି ରବି ରାଣା ଶତାଧିକ କର୍ମୀଙ୍କୁ ନେଇ ଏକ ମେଗା ରାଲି ଆୟୋଜନ କରିଥିଲେ ।
ବିନା ଅନୁମତିରେ ରାଲି: ପୁଣି ରାଣା ଦମ୍ପତିଙ୍କ ନାମରେ ମାମଲା - ରାଣା ଦମ୍ପତିଙ୍କ ନାମରେ ପୁଣି ମାମଲା
ପୁଣି ରାଣା ଦମ୍ପତିଙ୍କ ନାମରେ ମାମଲା । ପ୍ରଶାସନର ବିନା ଅନୁମତିରେ ମେଗା ରାଲି ଆୟୋଜନ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ
![ବିନା ଅନୁମତିରେ ରାଲି: ପୁଣି ରାଣା ଦମ୍ପତିଙ୍କ ନାମରେ ମାମଲା ବିନା ଅନୁମତିରେ ରାଲି: ପୁଣି ରାଣା ଦମ୍ପତିଙ୍କ ନାମରେ ମାମଲା](https://etvbharatimages.akamaized.net/etvbharat/prod-images/768-512-15418586-799-15418586-1653826421751.jpg)
ଏଥିରେ ସ୍ଥାନୀୟ ପ୍ରଶାସନର ଅନୁମତି ନିଆଯାଇ ନଥିବା ଅଭିଯୋଗ ହୋଇଥିଲା । ଆଜି ସ୍ଥାନୀୟ ଦୁଇ ଥାନାରେ ୪ଟି ଏତଲା ଦାଏର ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଭାରତୀୟ ଦଣ୍ଡ ବିଧି ଆଇନ (IPC) ଧାରା ୧୪୩, ୩୪୧, ୨୯୧ ଏବଂ ୧୩୫ ଅନୁଯାୟୀ ନେତା ଦମ୍ପତି ଏବଂ ସେମାନଙ୍କ ସମର୍ଥକଙ୍କ ବିରୋଧରେ ୪ଟି ମାମଲା ରୁଜୁ ହୋଇଛି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ସାମ୍ନାରେ ହନୁମାନ ଚାଳିଶା ପାଠ କରିବା ଆହ୍ବାନ ଦେବା ପରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ୨ ସପ୍ତାହ ଧରି ଜେଲରେ ରହିବା ପରେ ବେଲରେ ବାହାରିଥିବା ଦମ୍ପତି ପୁଣି କିଛି ଦିନର ବ୍ୟବଧାନରେ ବିବାଦର ପରିସରକୁ ଆସିଛନ୍ତି ।