ଓଡିଶା

odisha

ETV Bharat / bharat

ସାମ୍ବାଦିକା ରାଣା ଆୟୁବଙ୍କ ଉପରେ ବିଦେଶ ଯାତ୍ରା କଟକଣା, ଦିଲ୍ଲୀ ହାଇକୋର୍ଟର ହେଲେ ଦ୍ବାରସ୍ଥ - ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଲେ ରାଣା ଆୟୁବ

ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ନେଇ ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହେଲେ ସାମ୍ବାଦିକା ରାଣା ଆୟୁବ । ମଙ୍ଗଳବାର ମୁମ୍ବାଇ ବିମାନବନ୍ଦରରେ ରୋକା ଯାଇଥିଲେ ରାଣା । ଅଧିକ ପଢନ୍ତୁ

ସାମ୍ବାଦିକା ରାଣା ଆୟୁବଙ୍କ ଉପରେ ବିଦେଶ ଯାତ୍ରା କଟକଣା, ଦିଲ୍ଲୀ ହାଇକୋର୍ଟର ହେଲେ ଦ୍ବାରସ୍ଥ
ସାମ୍ବାଦିକା ରାଣା ଆୟୁବଙ୍କ ଉପରେ ବିଦେଶ ଯାତ୍ରା କଟକଣା, ଦିଲ୍ଲୀ ହାଇକୋର୍ଟର ହେଲେ ଦ୍ବାରସ୍ଥ

By

Published : Mar 31, 2022, 10:40 PM IST

ନୂଆଦିଲ୍ଲୀ: ମଙ୍ଗଳବାର ଲଣ୍ଡନ ଅଭିମୁଖେ ଯାତ୍ରା କରିବା ପାଇଁ ବିମାନରେ ବୋର୍ଡିଂ କରିବାକୁ ଯାଉଥିବା ସାମ୍ବାଦିକା ରାଣା ଆୟୁବଙ୍କୁ ରୋକାଯିବା ଘଟଣାରେ ରାଣା ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି । ଦିଲ୍ଲୀ ନ୍ୟାୟାଳୟର ଦ୍ବାରସ୍ଥ ହୋଇ ସେ ବିଦେଶ ଯାତ୍ରା ଉପରେ ତାଙ୍କ ବିରୋଧରେ ଜାରି ରହିଥିବା କଟକଣା ହଟାଇବା ପାଇଁ ଆବେଦନ କରିଛନ୍ତି ।

ଆୟୁବ ମଙ୍ଗଳବାର ଲଣ୍ଡନ ଯାତ୍ରା କରିବା ପାଇଁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ । ଫ୍ଲାଇଟରେ ବୋର୍ଡିଂ କରିବା ପୂର୍ବରୁ ତାଙ୍କୁ ଇମିଗ୍ରସନ ଅଧିକାରୀଙ୍କ ପକ୍ଷରୁ ବାରଣ କରାଯାଇଥିଲା । ପରେ ସେ ତଦନ୍ତ ପରିସରରେ ଥିବାରୁ ବିଦେଶ ଯାତ୍ରା କରିପାରିବେ ନାହିଁ ବୋଲି କୁହାଯାଇଥିଲା ।

ମନି ଲଣ୍ଡରିଂ ମାମଲାରେ ଆୟୁବ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ତଦନ୍ତ ପରିସରରେ ଅଛନ୍ତି । ତାଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଲୁକ୍ ଆଉଟ୍ ସର୍କୁଲାର ମଧ୍ୟ ଜାରି କରିଛି । ଫଳରେ ସେ ବର୍ତ୍ତମାନ ଦେଶ ଛାଡି ପାରିବେ ନାହିଁ । ରାଣା କିନ୍ତୁ ଏପରି କଟକଣା ବିରୋଧରେ କୋର୍ଟର ଆଶ୍ରୟ ନେଇଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details