ଗାନ୍ଧୀନଗର:ଭାରତରେ କୋରୋନା ମହାମାରୀ ପାର୍ଦୁଭାବ ପରେ ଅହମ୍ମଦାବାଦରେ ସବୁଠୁ ବଡ ଟ୍ରାଭେଲ ଟ୍ରେଡ ଶୋ' ବା ପର୍ଯ୍ୟଟନ ମେଳା ଆୟୋଜିତ ହୋଇଛି (ramoji film city stall) । ଏହି ମେଳା ସେପ୍ଟେମ୍ବର ୬ରୁ ଆରମ୍ଭ ହୋଇ ୮ ତାରିଖ ଯାଏଁ ଚାଲିବ । ଏହି ତିନି ଦିବସୀୟ ମେଳାରେ ପ୍ରତ୍ୟେକ ରାଜ୍ୟ ନିଜର ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ସୂଚନା ଦେଇଥାନ୍ତି । ତେବେ ଏହି ମେଳାରେ ରାମୋଜୀ ଫିଲ୍ମ ସିଟିର ଏକ ଷ୍ଟଲ ମଧ୍ୟ ରହିଛି । ଏହାକୁ ମେଳାର ମୁଖ୍ୟ ଆକର୍ଷଣ ବୋଲି କୁହାଯାଉଛି । ଷ୍ଟଲରେ ରାମୋଜୀ ଫିଲ୍ମ ସିଟିରେ ସୁଟିଂ ହୋଇଥିବା ଫିଲ୍ମ ଏବଂ ସୁଟିଂ ତାରିଖ ସମ୍ପର୍କରେ ସୂଚନା ଦିଆଯାଇଛି । ଅହମ୍ମଦାବାଦର ଏହି ପର୍ଯ୍ୟଟନ ମେଳାରେ ଦେଶ ବିଦେଶରୁ ୭୦୦ରୁ ଅଧିକ ଲୋକ ଭାଗ ନେଇଛନ୍ତି ।
ମଙ୍ଗଳବାର ଦିନ ତାମିଲନାଡୁ ପର୍ଯ୍ୟଟନ ମନ୍ତ୍ରୀ ଏହି ମେଳା ପରିଦର୍ଶନ କରିଥିଲେ । ହାଇଦ୍ରାବାଦରେ ଥିବା ନାନାଦି ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ରାମୋଜୀ ଫିଲ୍ମ ସିଟି ପ୍ରମୁଖ । ଫିଲ୍ମ ସିଟିକୁ ଦେଶ ବିଦେଶରୁ ପ୍ରତିବର୍ଷ ୨ ଲକ୍ଷ ପର୍ଯ୍ୟଟକ ଆସିଛନ୍ତି । ପ୍ରତ୍ୟେକ ବର୍ଷ ୧୦୦ ଅଧିକ ବିବାହ ଉତ୍ସବ ଅନୁଷ୍ଠିତ ହୁଏ । ଏହାବ୍ୟତୀତ ଫିଲ୍ମ ସିଟି ଭିତରେ ବର୍ଷକୁ ୪୦୦ରୁ ଅଧିକ ଛୋଟ ବଡ ଫିଲ୍ମ ସୁଟିଂ ହୋଇଥାଏ । ଏହାମଧ୍ୟ କୁହାଯାଏ ଯେ, ଯଦି ଆପଣ ହାଇଦ୍ରାବାଦ ଯାଇ ରାମୋଜୀ ଫିଲ୍ମ ସିଟି ବୁଲି ନାହାନ୍ତି ତାହାହେଲେ କିଛି ଦେଖିନାହାନ୍ତି ।