ଓଡିଶା

odisha

Global Destination Export and Conference: ରାମୋଜୀ ଫିଲ୍ମ ସିଟି ପାଲଟିଲା ମୁଖ୍ୟ ଆକର୍ଷଣ

By

Published : Jul 22, 2023, 7:59 AM IST

Updated : Jul 22, 2023, 4:10 PM IST

ଗ୍ରେଟର ନୋଏଡାରେ ଆୟୋଜିତ ବିଶ୍ବସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିଛି ରାମୋଜୀ ଫିଲ୍ମ ସିଟି । ଶୁକ୍ରବାର ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ରବିବାର ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

Global Destination Export and Conference
Global Destination Export and Conference

Global Destination Export and Conference

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଆୟୋଜିତ ବିଶ୍ବସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେଇଛି ପ୍ରତିଷ୍ଠିତ ଅନୁଷ୍ଠାନ ରାମୋଜୀ ଫିଲ୍ମ ସିଟି । ନୋଏଡା ସ୍ଥିତ ଇଣ୍ଡିଆ ଏକ୍ସପୋ ମାର୍ଟ ଠାରେ ଗ୍ଲୋବାଲ ଡେଷ୍ଟିନେସନ ଏକ୍ସପୋର୍ଟ ଆଣ୍ଡ କନଫରେନ୍ସ (Global Destination Export and Conference) ଆୟୋଜିତ ହୋଇଛି । ପରୀ ଛକ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହାଇଦ୍ରାବାଦର ପ୍ରତିଷ୍ଠିତ ରାମୋଜୀ ଫିଲ୍ମ ସିଟି ତରଫରୁ ମଧ୍ୟ ପ୍ରଦର୍ଶନୀ ଷ୍ଟଲ କରାଯାଇଛି । ଏହି ପ୍ରଦର୍ଶନୀରେ ବଲିଉଡ ଫିଲ୍ମ ସିଟି ସମେତ ବହୁ ପ୍ରତିଷ୍ଠିତ ହୋଟେଲ ଆଦି ସାମିଲ ରହିଛନ୍ତି ।

ରାମୋଜୀ ଫିଲ୍ମ ସିଟିର ଜେନେରାଲ ନ୍ୟାନେଜର ତୁଷାର ଗର୍ଗ କହିଛନ୍ତି,"ଏଭଳି ଏକ୍ସପୋରେ ପ୍ରଥମ ଥର ପାଇଁ ଭାଗ ନେଇଛି ରାମୋଜି ଫିଲ୍ମ ସିଟି । ରାମୋଜୀ ଫିଲ୍ମ ସିଟିରେ ଅନେକ ବଲିଉଡ, ଟଲିଉଡ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ଫିଲ୍ମ ନିର୍ମାଣ କରାଯାଉଛି । ଏହାସହ ଏଠାରେ ବାର୍ଷିକ ପାଖିପାଖି 70ରୁ 80 ବିବାହ ଉତ୍ସବ ମଧ୍ୟ ଆୟୋଜିତ ହେଉଛି । ଖାଲି ସେତିକି ନୁହେଁ, ପୁରାତନ ରାଜା ମହାରାଜା ଢଙ୍ଗରେ ବିବାହ ଉତ୍ସବ ଆୟୋଜନ ପାଇଁ ସମସ୍ତ ବ୍ୟବସ୍ଥା ଉପଲବ୍ଧ ରହିଛି ।" ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟି ହେଉଛି ବିଶ୍ବର ସର୍ବବୃହତ ଫିଲ୍ମ ସିଟି । ସିନେମା ନିର୍ମାଣ କ୍ଷେତ୍ରରେ ଗତ ଦଶନ୍ଧି ଧରି ଏକ ଭିନ୍ନ ତଥା ବିଶ୍ବସ୍ତରୀୟ ରେକର୍ଡ ସୃଷ୍ଟି କରି ଆସୁଛି ରାମୋଜୀ ଫିଲ୍ମ ସିଟି । ବଲିଉଡ ସମେତ ଅନେକ ଆଞ୍ଚଳିକ ଭାଷାରେ ନିର୍ମିତ ଜଣାଶୁଣା ତଥା ଐତିହାସିକ ଓ ଅର୍ଥନୈତିକ ସଫଳତା ପାଇଥିବା ଫିଲ୍ମ ଗୁଡିକ ଏହିଠାରେ ହିଁ ସୁଟିଂ ହୋଇଥିବାର ନଜିର ରହିଛି ।

ଏହା ମଧ୍ୟ ପଢନ୍ତୁ...ଶିକ୍ଷାନୁଷ୍ଠାନରେ ପ୍ରତିଷ୍ଠା ହେବ ସାଇନ୍ସ ଓ କମ୍ପ୍ୟୁଟର ଲ୍ୟାବ, ରାମୋଜୀ ଫାଉଣ୍ଡେସନ ଦେଲା 10 ଲକ୍ଷ

ଫିଲ୍ମ ନିର୍ମାଣ ବ୍ୟତୀତ ଏହା ବିଶ୍ବର ଅନ୍ୟତମ ସର୍ବାଧିକ ପରିଦର୍ଶନ କରାଯାଉଥିବା ପର୍ଯ୍ୟଟନସ୍ଥଳୀ ମଧ୍ୟ ଅଟେ । ଏକାଧିକ ସେଟ୍, ଗାର୍ଡେନ ସାଙ୍ଗକୁ ବିଭିନ୍ନ ପର୍ବପର୍ବାଣୀରେ ଆୟୋଜିତ ହେଉଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପର୍ଯ୍ୟଟକଙ୍କୁ ଭିନ୍ନ ଏବଂ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିଥାଏ । ତେବେ ନୋଏଡାରେ ଆୟୋଜିତ "ଏହି ବିଶ୍ବସ୍ତରୀୟ ସମ୍ମିଳନୀରେ ଭାଗ ନେଇ ରାମୋଜୀର ଟିମ୍ ବେଶ ଉତ୍ସାହିତ" ଥିବା କହିଛନ୍ତି ଫିଲ୍ମ ସିଟିର ଜେନେରାଲ ନ୍ୟାନେଜର ତୁଷାର ଗର୍ଗ । ଶୁକ୍ରବାର ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ରବିବାର ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଇଣ୍ଡିଆ ଏକ୍ସପୋ ମାର୍ଟରେ ଆୟୋଜିତ ଏହି ପ୍ରଦର୍ଶନୀରେ ପ୍ରାୟ 30ରୁ 35ଟି ଷ୍ଟଲ ଲାଗିଥିବା ଜଣାପଡିଛି । ଯେଉଁଥିରେ ପ୍ରଦର୍ଶନୀକୁ ଆସୁଥିବା ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି ବିଶ୍ବର ସର୍ବବୃହତ ଫିଲ୍ମ ସିଟି ଭାବେ ମାନ୍ୟତା ପାଇଥିବା ରାମୋଜୀ ଫିଲ୍ମ ସିଟି ।

Last Updated : Jul 22, 2023, 4:10 PM IST

ABOUT THE AUTHOR

...view details