ବେଙ୍ଗାଲୁରୁ: ଦକ୍ଷିଣ ଭାରତରେ ହୋଟେଲ ବ୍ୟବସାୟରେ ଅନୁପମ ଆତିଥ୍ୟତା ପାଇଁ ସମ୍ମାନୀତ ହେଲା ରାମୋଜୀ ଫିଲ୍ମ ସିଟି । ଦକ୍ଷିଣ ଭାରତ ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘ ପକ୍ଷରୁ ଉତ୍କର୍ଷ ଅତିଥି ସେବା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ମିଳିଲା ସମ୍ମାନ । ରାମୋଜୀ ଫିଲ୍ମ ସିଟିକୁ ଏହି ସମ୍ମାନ ପ୍ରଦାନ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ଦେଶର ଭିତ୍ତିଭୂମିର ଏକ ଅଂଶ ହେଉଛି ହୋଟେଲ । ଗୋଟିଏ ଦେଶର ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ହୋଟେଲ ବ୍ୟବସାୟ ଉପରେ ନିର୍ଭରଶୀଳ । ଏ କ୍ଷେତ୍ରରେ ହୋଟେଲ ବ୍ୟବସାୟରେ ଲିଡର ସାଜିଛି ରାମୋଜୀ ଫିଲ୍ମ ସିଟି ।
ଅନୁପମ ଆତିଥ୍ୟତା: ଦକ୍ଷିଣ ଭାରତରେ ଶ୍ରେଷ୍ଠ Ramoji Film City, ସମ୍ମାନିତ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଦକ୍ଷିଣ ଭାରତରେ ଶ୍ରେଷ୍ଠ Ramoji Film City ଦକ୍ଷିଣ ଭାରତରେ ଶ୍ରେଷ୍ଠ Ramoji Film City ତେବେ ଭାରତର ଦକ୍ଷିଣ ପ୍ରାନ୍ତରେ ପର୍ଯ୍ୟଟନ ଶିଳ୍ପକୁ ବୃଦ୍ଧି କରିବାରେ ଗୁରୁତ୍ବପୂର୍ଣ୍ଣ ଭୁମିକା ବହନ କରିଛି ରାମୋଜୀ ଫିଲ୍ମ ସିଟି । ଏହାକୁ ନେଇ ଆଜି(ଶୁକ୍ରବାର) କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ବେଙ୍ଗାଲୁରୁରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାମୋଜୀ ଫିଲ୍ମ ସିଟିକୁ ସମ୍ମାନିତ କରିଛନ୍ତି ।
ଦକ୍ଷିଣ ଭାରତରେ ଶ୍ରେଷ୍ଠ Ramoji Film City ଦକ୍ଷିଣ ଭାରତରେ ରାମୋଜୀ ଫିଲ୍ମ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ କ୍ଷେତ୍ର । ପ୍ରତିଦିନ ଏଠାରେ ଫିଲ୍ମ ଦୁନିଆ ବିଷୟରେ ଜାଣିବାକୁ ଆଗ୍ରହୀ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ସେମାନଙ୍କ ଉତ୍ତମ ଆତିଥ୍ୟ ସତ୍କାରକୁ ନେଇ ସମ୍ପୂର୍ଣ୍ଣ ଭାବରେ ଧ୍ୟାନ ରଖିଥାଏ ରାମୋଜୀ ଫିଲ୍ମ ସିଟି । ଯାହାର ଫଳ ସ୍ବରୂପ ଦକ୍ଷିଣ ଭାରତ ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘ ପକ୍ଷରୁ ଏହି ରାମୋଜୀ ଫିଲ୍ମ ସିଟିକୁ ସମ୍ମାନିତ କରାଯାଇଛି ।
ଦକ୍ଷିଣ ଭାରତରେ ଶ୍ରେଷ୍ଠ Ramoji Film City ବେଙ୍ଗାଲୁରୁରେ ଏକ ଘରୋଇ ହୋଟେଲ୍ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । 1666 ଏକରରେ ଠିଆ ହୋଇଛି ରାମୋଜୀ ଫିଲ୍ମ ସିଟି । ଏହି ବୃହତ ଫିଲ୍ମ ସିଟିରେ ବିକଶିତ ଷ୍ଟୁଡିଓ ଯୋଗୁଁ ଏହା ଗିନିଜ୍ ବିଶ୍ବ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି । ପର୍ଯ୍ୟଟକଙ୍କ ଏକ ‘ହଲି ଡେ ଡେଷ୍ଟିନେସନ’ ହେଉଛି ଏହି ପର୍ଯ୍ୟଟନ କ୍ଷେତ୍ର । ବାହୁବଲୀ-୧ ଓ ବାହୁବଲୀ-୨ ଭଳି ସଫଳ ଫିଲ୍ମ ରାମୋଜୀ ଫିଲ୍ମ ସିଟିରେ ନିର୍ମିତ ହୋଇଥିଲା । ପ୍ରତି ବର୍ଷ ଏଠାକୁ ୧୫ ଲକ୍ଷ ପର୍ଯ୍ୟଟକ ବୁଲିବାକୁ ଆସୁଥିବା ସୂଚନା ରହିଛି ।