ହାଇଦ୍ରାବାଦ:ପର୍ଯ୍ୟଟକଙ୍କ ସ୍ବର୍ଗ ତଥା ବିଶ୍ବର ସର୍ବବୃହତ ଫିଲ୍ମ ସିଟି ରାମୋଜୀକୁ ମିଳିଲା ତେଲେଙ୍ଗାନା ରାଜ୍ୟ ପର୍ଯ୍ୟଟନ ପୁରସ୍କାର । ୨୭ ସେପ୍ଟେମ୍ବରରେ ବିଶ୍ବ ପର୍ଯ୍ୟଟନ ଦିବସ ଉପଲକ୍ଷେ ପୁରସ୍କୃତ ହେବ ରାମୋଜୀ ଫିଲ୍ମ ସିଟି । ତେଲେଙ୍ଗାନା ପର୍ଯ୍ୟଟନ ବିଭାଗ ୨୦୨୧ ବର୍ଷ ପାଇଁ ଆୱାର୍ଡ ଘୋଷଣା କରିଛି । ଯାହାମଧ୍ୟରେ ରାମୋଜୀ ଫିଲ୍ମ ସିଟିକୁ ପର୍ଯ୍ୟଟକଙ୍କ ପାଇଁ ଉତ୍ତମ ସିଭିଲ ସେବା ପରିଚାଳନାରେ ବର୍ଗରେ ଚୟନ କରାଯାଇଛି । ସେପ୍ଟେମ୍ବର ୨୭ ତାରିଖ ଅପରାହ୍ନ ୪ଟାରେ ହାଇଦ୍ରାବାଦ ବେଗମପଟରେ ଥିବା ପ୍ଲାଜା ହୋଟେଲରେ ଏହି ପୁରସ୍କାର ସମାରୋହ ଅନୁଷ୍ଠିତ ହେବ ।
ପଞ୍ଚତାରକା ହୋଟେଲ ଡିଲକ୍ସ ବର୍ଗରେ ହାଇଦ୍ରାବାଦସ୍ଥିତ ୱେଷ୍ଟିନ ହୋଟେଲ(Westin Hotel) ଏକ ଆୱାର୍ଡ ଜିତିଛି । ବନଜାରା ହିଲରେ ଥିବା ପାର୍କ ହାୟର(Park Hayarr)କୁ ମଧ୍ୟ ପଞ୍ଚତାରକା ହୋଟେଲ କ୍ୟାଟାଗୋରୀରେ ପୁରସ୍କୃତ କରାଯିବ । ଏହା ବ୍ୟତୀତ ଗୋଲକୋଣ୍ଡା ରିସର୍ଟ ମଧ୍ୟ ସମାନ ବର୍ଗରେ ଆୱାର୍ଡ ପାଇଛି ।