ହାଇଦ୍ରାବାଦ: ବିଶ୍ବର ସର୍ବବୃହତ ଫିଲ୍ମ ସିଟି ‘ରାମୋଜୀ ଫିଲ୍ମ ସିଟି’ରେ 77ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ରାମୋଜି ଫିଲ୍ମ ସିଟି ପରିଚାଳନା ନିର୍ଦ୍ଦେଶିକା ବିଜୟାଶ୍ବରୀ ଚେରୁକୁରୀ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବିଜୟାଶ୍ବରୀ ଜାତୀୟ ପତାକା ଉତ୍ତୋଳନ କରି ସୁରକ୍ଷାକର୍ମୀଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ । UKML ନିର୍ଦ୍ଦେଶକ ଶିବରାମ କ୍ରିଷ୍ଣା, ରାମୋଜୀ ଗ୍ରୁପ ମାନବ ସମ୍ବଳ (HR) ଅଧ୍ୟକ୍ଷ ଅଲଟୁରୀ ଗୋପାଲରାଓ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏ କାର୍ଯ୍ୟକ୍ରମରେ ରାମୋଜୀ ଗ୍ରୁପର ପ୍ରାୟ ସମସ୍ତ କମ୍ପାନୀ ଓ ସଂସ୍ଥାର ବିଭାଗୀୟ ମୁଖ୍ୟ, ବରିଷ୍ଠ ପଦାଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ । କର୍ପୋରେଟ ଅଫିସ ସମ୍ନାରେ ଥିବା କ୍ଯାରମ ଗାର୍ଡେନରେ ଏହି ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ପାଳନ କରାଯାଇଛି ।
ପୂର୍ବାହ୍ନ 9 ଟାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସ୍ବାଧୀନତା ଦିବସ ଅବସରରେ, ରାମୋଜି ଫିଲ୍ମ ସିଟିର ପରିଚାଳନା ନିର୍ଦ୍ଦେଶିକା ବିଜୟେଶ୍ୱରୀ ଚେରୁକୁରୀ ଫିଲ୍ମସିଟିରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମ ପାଇଁ ରାମୋଜୀ ଫିଲ୍ମ ସିଟିକୁ ସୁସଜ୍ଜିତ କରାଯାଇଛି । ସଂଧ୍ୟା ପୂର୍ବରୁ ଧ୍ବଜାବତରଣ ଉତ୍ସବ ଶେଷ ହେବ ।
ଏହା ମଧ୍ୟ ପଢନ୍ତୁ:-ମୋଦିଙ୍କ ଭାଷଣରେ କମ୍ପିଲା ଲାଲକିଲ୍ଲା, ଜନ ଗଣ ମନରେ ଗୁଞ୍ଜରିତ ହେଲା ଗଗନ ପବନ