ଓଡିଶା

odisha

ETV Bharat / bharat

ବଦଳିଲା ଅଯୋଧ୍ୟା ରେଳ ଷ୍ଟେସନର ନାମ - ଅଯୋଧ୍ୟା ରେଳ ଷ୍ଟେସନ

Ayodhya Dham Junction: ପରିବର୍ତ୍ତନ ହେଲା ଅଯୋଧ୍ୟା ରେଳ ଷ୍ଟେସନର ନାମ । ଆସନ୍ତା 30 ତାରିଖରେ ଅଯୋଧ୍ୟା ଧାମ ଜଙ୍କସନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଅଯୋଧ୍ୟା ରେଳ ଷ୍ଟେସନ
Ayodhya Dham Junction

By ETV Bharat Odisha Team

Published : Dec 28, 2023, 8:39 AM IST

Updated : Dec 28, 2023, 8:44 AM IST

ଅଯୋଧ୍ୟା:ବଦଳିଲା ଅଯୋଧ୍ୟା ରେଳ ଷ୍ଟେସନର ନାମ । ଅଯୋଧ୍ୟା ନାମକୁ ପରିବର୍ତ୍ତନ କରାଯାଇ ଅଯୋଧ୍ୟା ଧାମ ଜଙ୍କସନ ନାମରେ ନାମିତ କରାଯାଇଛି । ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଦିବସ ପୂର୍ବରୁ ଷ୍ଟେସନର ନାମକୁ ପରିବର୍ତ୍ତନ କରାଯାଇଛି । ଆସନ୍ତା 30 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଷ୍ଟେସନର ଉଦଘାଟନ କରିବେ । ଏଥିସହ ରାମ ମନ୍ଦିର ଉଦଘାଟନ ନେଇ ପ୍ରସ୍ତୁତିର ତଦାରଖ ମଧ୍ୟ କରିବେ ।

Ayodhya Dham Junction

ଏହା ମଧ୍ୟ ପଢନ୍ତୁ-ଭବ୍ୟ ରାମ ମନ୍ଦିରରେ ଲାଗିବ ହାଇଦ୍ରାବାଦରେ ନିର୍ମିତ କବାଟ

ଅଯୋଧ୍ୟା ସାଂସଦ ଲାଲୁ ସିଂ ଏକ୍ସରେ ଟ୍ବିଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଅଯୋଧ୍ୟା ଜଙ୍କସନର ନାମକୁ ପରିବର୍ତ୍ତନ କରାଯାଇଛି । ନୂତନ ଭାବେ ନିର୍ମାଣ ହୋଇଥିବା ଏହି ଷ୍ଟେସନର ନାମ ଅଯୋଧ୍ୟା ଧାମ ଜଙ୍କସନ ରଖାଯାଇଛି । ଏହାର ଉଦଘାଟନକୁ ଅପେକ୍ଷା କରାଯାଇଛି । ନବୀକରଣ କରାଯାଇଥିବା ଏହି ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ଷ୍ଟେସନରେ ନୂତନ ସାଇନବୋର୍ଡ, ଏସ୍କାଲେଟର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଭୁ ରାମଙ୍କ ଚିତ୍ର କାନ୍ଥରେ ଚିତ୍ରିତ କରାଯାଇଛି । ଏଥିସହ ଏହି ଷ୍ଟେସନରେ ଚିକିତ୍ସା ସୁବିଧା, ପର୍ଯ୍ୟଟକ ସୂଚନା କେନ୍ଦ୍ର ଏବଂ ଲିଫ୍ଟର ବ୍ୟବସ୍ଥା ମଧ୍ୟ କରାଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉଦଘାଟନୀ ଉତ୍ସବରେ ସାମିଲ ହେବା ନେଇ ଯୋଜନା ରହିଛି । ନବୀକରଣ ହୋଇଥିବା ଷ୍ଟେସନର ଉଦଘାଟନ ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରୁଛନ୍ତି ।

Ayodhya Dham Junction

ଏହା ମଧ୍ୟ ପଢନ୍ତୁ- 'ଅଯୋଧ୍ୟା ଜଙ୍ଗସନ'ର ଭବ୍ୟ ରୂପ, ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସଜେଇ ହେଉଛି ଷ୍ଟେସନ

ଅଯୋଧ୍ୟା କମିଶନର କହିଛନ୍ତି ଯେ, ବିମାନ ବନ୍ଦର ଓ ରେଳ ଷ୍ଟେସନର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି । ଆସନ୍ତା 30 ତାରିଖରେ ଏହା ଉଦଘାଟନ ହେବ । ଜାନୁୟାରୀ 22 ପରେ ଅଯୋଧ୍ୟାକୁ ପ୍ରତ୍ୟେକ ଦିନ ପ୍ରାୟ 50 ହଜାରୁ ଅଧିକ ଲୋକଙ୍କ ସମାଗମ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଏୟାରପୋର୍ଟର ନାମ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଅନ୍ତର୍ଜାତୀୟ ବିମାନ ବନ୍ଦର ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ବିମାନ ବନ୍ଦର ଫ୍ଲାଇଟ ଅପରେସନ ପାଇଁ ସକ୍ଷମ ହେବ । ଏଥିରେ ଏୟାରବସ 319, ବୋଇଂ 737 ଓ ଏୟାରବସ 320 ପରି ବିମାନ ଅପରେଟ କରାଯାଇପାରିବ ।

Last Updated : Dec 28, 2023, 8:44 AM IST

ABOUT THE AUTHOR

...view details