ଶ୍ରୀନଗର:ଜମ୍ମୁ-କାଶ୍ମୀରରେ ରାମବନ ଜିଲ୍ଲା ଅନ୍ତର୍ଗତ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଖୁନି ନାଲା ନିକଟରେ ନିର୍ମାଣଧୀନ ଟନେଲ ଭୁଶୁଡିବା ଘଟଣାରେ ଆରମ୍ଭ ହୋଇଛି ତଦନ୍ତ ପ୍ରକ୍ରିୟା । କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଆଜି ଏହାର ତଦନ୍ତ ପାଇଁ ଏକ 3 ଜଣିଆ ଉଚ୍ଚସ୍ତରୀୟ ବିଶେଶଜ୍ଞ ଟିମ ଗଠନ କରିଛି । ତେବେ କମିଟି ତଦନ୍ତ ସାରି ମନ୍ତ୍ରଣାଳୟ ନିକଟରେ ରିପୋର୍ଟ ଦାଖଲ କରିବା ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।
ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ନିର୍ମାଣାଧୀନ ଚାରି ଲେନ ବିଶିଷ୍ଟ ଟନେଲର ଏକ ଅଂଶ ଗୁରୁବାର ରାତିରେ ଭୁଶୁଡି ପଡିଥିଲା । ଏଥିରେ ଅତିକମରେ 10 ଜଣ କାର୍ଯ୍ୟରତ ଶ୍ରମିକଙ୍କ ପ୍ରାଣହାନୀ ଘଟିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ମଧ୍ୟ ମୃତ୍ୟୁ ସଂଖ୍ୟା ନେଇ ସ୍ପଷ୍ଟ ଚିତ୍ର ମିଳିପାରିନାହିଁ ।