ଓଡିଶା

odisha

By

Published : Mar 17, 2023, 10:20 PM IST

ETV Bharat / bharat

ଭଗବାନ ରାମଙ୍କୁ ନେଇ ବିବାଦୀୟ ବୟାନ, ଅଡୁଆରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ

'ଭଗବାନ ରାମ କାଳ୍ପନିକ, ରାବଣ ରାମଙ୍କୁ ଅଧିକ ବିଦ୍ବାନ ।' ପ୍ରଭୁ ରାମଚନ୍ଦ୍ରକୁ ନେଇ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ । ଅଧିକ ପଢନ୍ତୁ

Jitan Ram Manjhi Controversial statement
Jitan Ram Manjhi Controversial statement

ଭଗବାନ ରାମଙ୍କୁ ନେଇ ବିବାଦୀୟ ବୟାନ, ଅଡୁଆରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ

ପାଟନା:ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ଅଡୁଆରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ । "ପ୍ରଭୁ ରାମଙ୍କଠାରୁ ଅଧିକ ମହାନ ଓ ବିଦ୍ବାନ ଥିଲେ ରାବଣ । ରାବଣଙ୍କ ମହିମାକୁ ଖୁବ କମ ମଣ୍ଡନ କରାଯାଇଛି, ଯାହାକି ଭୁଲ । ରାବଣଙ୍କ ସହିତ ଅନ୍ୟାୟ କରାଯାଇଛି ।" ଏଭଳି ବିବାଦୀୟ ମନ୍ତବ୍ୟ ଦେବା ପରେ ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ ଲାଗିଥିବା ବେଳେ ତାଙ୍କୁ ନିନ୍ଦା କରାଯାଇଛି ।

ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ସଂରକ୍ଷକ ଜିତନ କହିଛନ୍ତି, "ରାମ ଓ ରାବଣ ଉଭୟ କାଳ୍ପନିକ । ରାମାୟଣରେ ଯାହା କୁହାଯାଇଛି ସେଥିରେ ରାବଣକୁ ରାମଙ୍କଠାରୁ କମ୍ ପ୍ରଦର୍ଶିତ କରାଯାଇଛି । ମାତ୍ର ରାବଣ ଅଧିକ ବିଦ୍ବାନ । ତଥାପି ରାମଙ୍କୁ ମର୍ଯ୍ୟାଦା ପୁରୁଷ ଦର୍ଶାଯାଇଛି । ରାମଙ୍କ ପାଇଁ ଅଲୌକିକ ସ୍ଥିତି ଦର୍ଶାଯାଇଛି । ଏହାଦ୍ବାରା ରାବଣଙ୍କ ପ୍ରତି ଅନ୍ୟାୟ ହୋଇଛି । ପ୍ରଭୁ ରାମଙ୍କଠାରୁ ଅଧିକ ମହାନ ଓ ବିଦ୍ବାନ ଥିଲେ ରାବଣ । ରାବଣଙ୍କ ମହିମାକୁ ଖୁବ କମ ମଣ୍ଡନ କରାଯାଇଛି, ଯାହାକି ଭୁଲ ।"

ଏହା ବି ପଢନ୍ତୁ- ଯୁବ କଣ୍ଠଶିଳ୍ପୀ ସ୍ନେହଦୀପଙ୍କୁ ମୋଦିଙ୍କ ପ୍ରଶଂସା, ଅନେକ ଭାଷାରେ ଗାଇଲେ KESARIYA ଗୀତ

ସେ ଆହୁରି କହିଛନ୍ତି, "ତୁଳସୀ ରାମାୟାଣରେ ବହୁତ ଭୁଲ ରହିଛି । ବାଲ୍ମିକୀଙ୍କ ରାମାୟଣରେ ପୂଜା ହେଉନଥିବା ବେଳେ ତୁଳସୀ ରାମାୟଣର ପୂଜା ହୋଇଥାଏ । ପୂର୍ବରୁ ଏହା ପ୍ରଚଳିତ ହୋଇଆସୁଛି । ରାମାୟଣରେ ଅନେକ ଭୁଲ କଥା ରହିଛି । ଏହାକୁ ହଟାଇବା ଆବଶ୍ୟକ । ଆଜିକାଲି ଆସ୍ଥା ଓ ବିଶ୍ବାସକୁ ନେଇ ଲୋକଙ୍କୁ ଭୁଆଁ ବୁଲାଯାଉଛି । ରାହୁଲ ସଂସ୍କୃତାୟନ, ଲୋକମାଣ୍ୟ ତିଲକ ଓ ଡିସ୍କଭରି ଅଫ ଇଣ୍ଡିଆରେ ମଧ୍ୟ କୁହାଯାଇଛି ରାମ କାଳ୍ପନିକ । ସେମାନେ ସମସ୍ତେ ବ୍ରାହ୍ମଣ ଥିଲେ । ଏବେ ଆମେ ଏହି କଥା କହିଲା ବେଳକୁ ଲୋକଙ୍କୁ ଆଘାତ ଲାଗୁଛି ।"

ମାଞ୍ଝୀ ପୂର୍ବରୁ ମଧ୍ୟ ଏପରି ବିବାଦୀୟ ବୟାନ ଦେଇ ଆସୁଥିବା ବେଳେ ବୟାନକୁ ନେଇ ତାଙ୍କୁ ନିନ୍ଦା ମଧ୍ୟ କରାଯାଏ । ବର୍ତ୍ତମାନ ସମସ୍ତ ରାଜନୈତିକ ଦଳ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ମହାମେଣ୍ଟ କ୍ରମାଗତ ଭାବରେ ବିଜେପିକୁ ପରାସ୍ତ କରିବାକୁ କହୁଛି । ଅନ୍ୟପଟେ ମହାମେଣ୍ଟର ଜଣେ ନେତା (ମାଞ୍ଝୀ)ଙ୍କ ପ୍ରଭୁ ରାମଙ୍କୁ ନେଇ ଏଭଳି ବିବୃତ୍ତି ଦଳ ପ୍ରତି ସମସ୍ୟା ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ନୀତୀଶ କୁମାର କହିଛନ୍ତି ଯେ ମାଞ୍ଝୀ ଦଳ ଛାଡ଼ିବେ ନାହିଁ । ସେ ମହାମେଣ୍ଟରେ ରହିବେ ।

ABOUT THE AUTHOR

...view details