ରାଞ୍ଚି:22 ତାରିଖରେ ଅଯୋଧ୍ୟାରେ ହେବାକୁ ଯାଉଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଦେଶ ଉତ୍ସବମୁଖର । ଏହାରି ମଧ୍ୟରେ ଝାଡଖଣ୍ଡର ଜଣେ ବୃଦ୍ଧା ଶ୍ରଦ୍ଧାଳୁଙ୍କ କାହାଣୀ ଏବେ ସମସ୍ତଙ୍କୁ ଭାବୁକ କରୁଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଇଚ୍ଛା ସହ ସେ ତିନି ଦଶନ୍ଧି ପୂର୍ବେ ମୌନବ୍ରତ ଧାରଣ କରିଥିଲେ । ତାଙ୍କ ଇଚ୍ଛା ଏବେ ପୂରଣ ହୋଇଛି । ସେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ଅଯୋଧ୍ୟା ଯିବେ ଓ ନିଜ ତିନି ଦଶନ୍ଧିର ମୌନବ୍ରତ ଭଙ୍ଗ କରିବେ । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଷ୍ଟ୍ରଷ୍ଟ ପକ୍ଷରୁ ସେ ନିମନ୍ତ୍ରିତ ମଧ୍ୟ ହୋଇଛନ୍ତି । ଏପରି ଏକ କାହାଣୀ ହେଉଛି ଝାଡଖଣ୍ଡ ଧନବାଦର 85 ବର୍ଷୀୟା ଶ୍ରଦ୍ଧାଳୁ ସରସ୍ବତୀ ଦେବୀଙ୍କର ।
କ‘ଣ ଥିଲା ସରସ୍ବତୀଙ୍କ ପ୍ରାର୍ଥନା:-
1990ରେ ଅଯୋଧ୍ୟାରେ ଦେଖିବାକୁ ମିଳିଥିବା ରାମ ମନ୍ଦିର ନିର୍ମାଣ ଆନ୍ଦୋଳନ ପ୍ରଭାବ ସାରା ଦେଶରେ ଅନୁଭୂତ ହୋଇଥିଲା । ଦେଶର କୋଣ ଅନୁକୋଣରୁ କରସେବକ ଓ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା ଅଯୋଧ୍ୟା ଅଭିମୁଖେ ଗସ୍ତ କରିଥିଲେ । ପରବର୍ତ୍ତୀ ହିଂସାରେ ଅନେକ ଗିରଫ ମଧ୍ୟ ହୋଇଥିଲେ । ସେହି ସମୟରେ ସରସ୍ବତୀ ଦେବୀ ରାମ ମନ୍ଦିର ନିର୍ମାଣ ପ୍ରାର୍ଥନା ସହ ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୌନବ୍ରତ ଧାରଣ କରିଥିଲେ । ଅଯୋଧ୍ୟାରେ ମନ୍ଦିର ନିର୍ମାଣ ଶେଷ ହେଲେ ସେ ମୌନବ୍ରତ ଭଙ୍ଗ କରିବେ ବୋଲି ଶପଥ ନେଇଥିବା ତାଙ୍କ ପରିବାର ସଦସ୍ୟ ଓ ସହକର୍ମୀଙ୍କୁ ଲେଖା ମାଧ୍ୟମରେ ଅବଗତ କରିଥିଲେ ।
ଅଯୋଧ୍ୟାରୁ ଆସିଛି ନିମନ୍ତ୍ରଣ:-