ଓଡିଶା

odisha

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ, ଜାନୁଆରୀ ୨୨କୁ ଛୁଟିଦିନ ଘୋଷଣା ଦାବି

Ayodhya Ram Mandir Inauguration: ଜାନୁଆରୀ ମାସ ୨୨ ତାରିଖରେ ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ରାମ ମନ୍ଦିର । ଏହି ଦିନକୁ ସାର୍ବଜନିକ ଛୁଟିଦିନ ଘୋଷଣା କରିବାକୁ ଅଖିଳ ଭାରତୀୟ ସନ୍ଥ ସମିତିର ଦାବି । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 27, 2023, 8:53 PM IST

Published : Dec 27, 2023, 8:53 PM IST

ଜାନୁଆରୀ ୨୨ ତାରିଖକୁ ଛୁଟିଦିନ ଘୋଷଣା କରିବାକୁ ସନ୍ଥ ସମିତିର ଦାବି
ଜାନୁଆରୀ ୨୨ ତାରିଖକୁ ଛୁଟିଦିନ ଘୋଷଣା କରିବାକୁ ସନ୍ଥ ସମିତିର ଦାବି

ଜାନୁଆରୀ ୨୨ ତାରିଖକୁ ଛୁଟିଦିନ ଘୋଷଣା କରିବାକୁ ସନ୍ଥ ସମିତିର ଦାବି

ବାରାଣାସୀ : ଆସନ୍ତା ଜାନୁଆରୀ ମାସ ୨୨ ତାରିଖରେ ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ରାମ ମନ୍ଦିର । ଏ କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ସ୍ଥାପନା ସମାରୋହରେ ସାମିଲ ହେବେ । ଭଗବାନ ଶ୍ରୀରାମ ମନ୍ଦିର ଗର୍ଭଗୃହରେ ବିରାଜ ମାନ କରିବେ ଏବଂ ପ୍ରଧାନମନ୍ତ୍ରୀ ଏହି ସମାରୋହରେ ମୁଖ୍ୟ ଯଜମାନ ଭାବେ ଯଜ୍ଞରେ ବସିବେ । ଏହି ପ୍ରତିଷ୍ଠା ଦିବସ ଅବସରରେ ପୂଜା ପାଠ, ଭଜନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ ହେବ , ଯାହାର ପ୍ରାକ ପ୍ରସ୍ତୁତି ୧୦ ଦିନ ଆଗରୁ କରାଯିବ ।

ଏହି ଶୁଭ ତିଥିରେ ଲୋକମାନେ ନିଜ ଘରେ ଏବଂ ନାନା ମନ୍ଦିରରେ ଉତ୍ସବ ପାଳନ କରିବା ପାଇଁ ସନ୍ଥ ସମାଜ ତରଫ ରୁ ଏକ ଦାବି ଉଠିଛି । ସନ୍ଥ ସମାଜ ତରଫରୁ ସରକାରଙ୍କୁ ଏହି ଦିନ କୁ ବିଶେଷ ଦିନ ଭାବେ ସାର୍ବଜନିକ ଛୁଟି ଦିନ ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି । ବାରଣାସୀରେ ଅଖିଳ ଭାରତୀୟ ସନ୍ଥ ସମିତିର ରାଷ୍ଟ୍ରୀୟ ମହାମନ୍ତ୍ରୀ ସ୍ବାମୀ ଜିତେନ୍ଦ୍ରାନନ୍ଦ ସରସ୍ବତୀ ସରକାରଙ୍କୁ ଏହି ଅପିଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଔଷଧରେ ସ୍ନାନ କରିବେ ରାମଲଲା, ଜାଣନ୍ତୁ କାରଣ

ଅଖିଳ ଭାରତୀୟ ସନ୍ଥ ସମିତି ର ରାଷ୍ଟ୍ରୀୟ ମହାମନ୍ତ୍ରୀ ସ୍ବାମୀ ଜିତେନ୍ଦ୍ରାନନ୍ଦ ସରସ୍ବତୀ କହିଛନ୍ତି ଯେ ୪୯୫ ବର୍ଷ ପରେ ସୁପ୍ରିମ କୋର୍ଟର ସମ୍ବିଧାନ ପୀଠ ର ସର୍ବ ସମ୍ମତି ଫଇସଲାରେ ଭଗବାନ ଶ୍ରୀରାମ ଙ୍କ ଜନ୍ମଭୂମି କୁ ମୁକ୍ତ କରାଯାଇଥିଲା । ତଥାପି ଆମେ ଖୁସି ବ୍ୟକ୍ତ କରିପାରି ନ ଥିଲୁ କାରଣ ଏହି କେସ ହାରି ଥିବା ପକ୍ଷ ତରଫରୁ ଦଙ୍ଗା କରିବାର ଭୟ ଲାଗି ରହିଥିଲା । କିନ୍ତୁ ଆଜି ଶ୍ରୀରାମ ମନ୍ଦିରର ନିର୍ମାଣ ପୂର୍ଣ୍ଣ ହୋଇଛି । ତେଣୁ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ସମ୍ପୂର୍ଣ୍ଣ ଦେଶରେ ପ୍ରତି ମନ୍ଦିର କୁ ରାମ ମନ୍ଦିର ଭାବେ ବିବେଚନା କରି ଦୀପରେ ସଜାଯିବା ସହ ଦୀପାବଳି ପରି ଉତ୍ସବ ପାଳନ କରି ଅସତ୍ୟ ଉପରେ ସତ୍ୟ ର ବିଜୟକୁ ପାଳନ କରାଯାଉ । କିନ୍ତୁ ଦେଶରେ ଅଫିସରେ କାମ କରୁଥିବା ଲୋକ ମାନେ ଏଥିରୁ ବଞ୍ଚିତ ହେବେ । ତେଣୁ ଦେଶର ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଦୃଷ୍ଟିରେ ରଖି ଏହି ଐତିହାସିକ କ୍ଷଣକୁ ସ୍ମରଣୀୟ କରିବା ପାଇଁ ଜାନୁଆରୀ ୨୨ ତାରିଖ କୁ ଛୁଟି ଘୋଷଣା କରାଯାଉ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details