ଓଡିଶା

odisha

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନେଇ ନୂତନ ଅଧିସୂଚନା ଜାରି

By

Published : Dec 13, 2020, 7:26 PM IST

ରାମ ମନ୍ଦିର ନିର୍ମାଣ ନେଇ ମନ୍ଦିର ନିର୍ମାଣ ସମିତି ପକ୍ଷରୁ ଆଉ ଏକ ଅଧିସୂଚନା ଜାରି । ନିର୍ମାଣ କାର୍ଯ୍ୟ ପାଇଁ ଦେଶର ସର୍ବୋକୃଷ୍ଟ ଇଞ୍ଜିନିୟରଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠିତ । ଅଧିକ ପଢନ୍ତୁ...

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନେଇ ନୂତନ ଅଧିସୂଚନା ଜାରି
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନେଇ ନୂତନ ଅଧିସୂଚନା ଜାରି

ଅଯୋଧ୍ୟା:ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ନେଇ ରାମ ମନ୍ଦିର ନିର୍ମାଣ ସମିତି ପକ୍ଷରୁ ଆଉ ଏକ ଅଧିସୂଚନା ଜାରି ହୋଇଛି । 8 ଜଣ ନୂଆ ସଦସ୍ୟଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ଏହି କମିଟିରେ ଦେଶର ସର୍ବୋକୃଷ୍ଟ ଇଞ୍ଜିନିୟରଙ୍କୁ ସ୍ଥାନିତ କରାଯାଇଛି । ମନ୍ଦିର ନିର୍ମାଣର ଭିତ୍ତିଭୂମି ପାଇଁ 1200 ପିଲର ସମେତ ନିର୍ମାଣ କାର୍ଯ୍ୟର ଅନ୍ୟାନ୍ୟ ଦିଗ ଉପରେ ଏହି କମିଟି ଡିସେମ୍ବର 15 ସୁଦ୍ଧା ସମସ୍ତ ରିପୋର୍ଟ ପ୍ରଦାନ କରିବେ ।

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନେଇ ନୂତନ ଅଧିସୂଚନା ଜାରି

ମନ୍ଦିର ଭିତ୍ତିଭୂମି ଡିଜାଇନ ସମୀକ୍ଷା ଏବଂ ସୁପାରିଶ କରିବାକୁ ଗଠିତ ବିଶେଷଜ୍ଞ କମିଟି ଦ୍ବାରା ନିର୍ମାଣ କାର୍ଯ୍ୟ ସୁଗମ ଓ ସମୟାନୁବର୍ତ୍ତୀ ହୋଇପାରିବ । ଏହି 8 ଜଣିଆ ବିଶେଷଜ୍ଞ କମିଟି ଜିଓଟେକ୍ନିକାଲ ପରାମର୍ଶକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ଗୁଣବତ୍ତା ଓ ଦୀର୍ଘାୟୁ ସହିତ ମନ୍ଦିର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ମନ୍ଦିରର ମୂଳଦୂଆ ଖନନରୁ ଭୁରଭୁରା ମାଟି ମିଳିବା ଘଟଣା ପରେ ନିର୍ମାଣ ସମିତି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନେଇ ନୂତନ ଅଧିସୂଚନା ଜାରି

ଏହି ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଭାବେ ଆଇଆଇଟି ଦିଲ୍ଲୀର ପୂର୍ବ ନିର୍ଦ୍ଦେଶକ ପ୍ରଫେସର ବିଏସ ରାଜୁଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ପ୍ରବକ୍ତା ଭାବେ ସିବିଆରଆଇର ନିର୍ଦ୍ଦେଶକ ପ୍ରଫେସର ଏନ ଗୋପାଳକୃଷ୍ଣ ରହିଛନ୍ତି । ସେହିପରି ସୁରତ ଏନଆଇଟିର ନିର୍ଦ୍ଦେଶକ ପ୍ରଫେସର ଏସଆର ଗାନ୍ଧୀ, ଗୌହାଟୀ ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଟିଜୀ ସିତାରାମ, ଆଇଆଇଟି ଦିଲ୍ଲୀର ପ୍ରଫେସର ବି. ଭଟ୍ଟାଚାର୍ଜୀ ଏମେରିଟସ, ଟିସିଆଇର ଉପଦେଷ୍ଟା ଏପି ମୁଲ, ମାଡ୍ରାସ ଆଇଆଇଟିର ପ୍ରଫେସର ମନୁ ସଂଥାନମ ଏବଂ ମୁମ୍ବାଇ ଆଇଆଇଟିର ପ୍ରଫେସର ପ୍ରଦୀପତା ବାନାର୍ଜୀ ଏହି ବିଶେଷଜ୍ଞ କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନେଇ ନୂତନ ଅଧିସୂଚନା ଜାରି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details