ଓଡିଶା

odisha

ETV Bharat / bharat

ଜେଲ୍ କଏଦୀ ଦେଖିବେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ସିଧାପ୍ରସାରଣ

Ram Mandir inauguration: ଉତ୍ତର ପ୍ରଦେଶର ସମସ୍ତ ଜେଲରେ ଲାଇଭ ଟେଲିକାଷ୍ଟ ହେବ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । କଏଦୀଙ୍କୁ ବଣ୍ଟନ କରାଯିବ ହନୁମାନ ଚାଳିସା । ଅଧିକ ପଢନ୍ତୁ

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ
Ram Mandir inauguration

By ETV Bharat Odisha Team

Published : Jan 5, 2024, 12:47 PM IST

ଲକ୍ଷ୍ନୌ: ଆସନ୍ତା ଜାନୁଆରୀ 22ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଆଉ ମାତ୍ର ଦୁଇ ସପ୍ତାହ ଥିବାରୁ ପ୍ରସ୍ତୁତି ଜୋରସୋରେ ଚାଲିଛି । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦେଖି ପାରିବେ ଜେଲରେ ଥିବା କଏଦୀ । ଉତ୍ତରପ୍ରେଦଶର ବିଭିନ୍ନ ଜେଲରେ ଥିବା କଏଦୀମାନେ ପ୍ରତିଷ୍ଠା ଉତ୍ସବ ଟିଭିରେ ସିଧାପ୍ରସାରଣ ଦେଖିପାରିବେ । ଏନେଇ ସମସ୍ତ ଜେଲରେ ଏଲଏଡି ଟିଭି ଲଗାଇବାକୁ ଜେଲ ବିଭାଗ ମନ୍ତ୍ରୀ ଧରମବୀର ପ୍ରଜାପତି ସମସ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ରାମ ମନ୍ଦିର ସିଂହଦ୍ବାରର ପ୍ରଥମ ଝଲକ, 32 ପାହାଚର ଉଭୟ ପାର୍ଶ୍ବରେ ସିଂହ ଓ ହସ୍ତୀ

ଜେଲରେ ବନ୍ଦୀ ଜୀବନ କାଟୁଥିବା କଏଦୀମାନଙ୍କୁ ହନୁମାନ ଚାଳିସା ଓ ସୁନ୍ଦରା କାଣ୍ଡ ବଣ୍ଟନ କରାଯିବ । ଏନେଇ ଗୋରଖପୁରରେ ଥିବା ଗୀତା ପ୍ରେସକୁ 50 ହଜାର ହନୁମାନ ଚାଳିସା ଓ ସୁନ୍ଦରା କାଣ୍ଡ ବହି ଦେବାକୁ ଅର୍ଡର କରାଯାଇଛି । ଉତ୍ତରପ୍ରଦେଶ ସରକାର ରାଜ୍ୟର ଜେଲରେ ରହୁଥିବା ଅନ୍ତେବାସୀଙ୍କୁ ଆଧ୍ୟାତ୍ମିକତା ପ୍ରେରଣା ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ନିକଟରେ ଜେଲ ଅନ୍ତେବାସୀଙ୍କୁ ପ୍ରତିଦନ ସକାଳେ ଗାୟତ୍ରୀ ମନ୍ତ୍ର ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ରାମ ମନ୍ଦିର ସାଇଟରେ ଅଯୋଧ୍ୟା କମିଶନର, ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ରାମ ନାମରେ କମ୍ପିବ ପୁରା ରାଜ୍ୟ । ଏଥିପାଇଁ ଅଯୋଧ୍ୟାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରାୟ 8000 ମାନ୍ୟଗଣ୍ୟ ବ୍ୟକ୍ତିକୁ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ ପତ୍ର ପଠାଯାଇଛି । ଶିଳ୍ପପତି, ରାଜନେତା,ବଲିଉଡ ତାରକା ଓ କ୍ରିକେଟ ଷ୍ଟାର ଅତିଥି ରୂପ ଉଦଘାଟନୀ ସମାରୋହରେ ସାମିଲ ହେବେ । ଏଥି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମନ୍ଦିର ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରେ ଆଗେଇ ଚାଲିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପସ୍ତୁତି କାର୍ଯ୍ୟର ତତ୍ତ୍ବାବଧାନ କରୁଛନ୍ତି । ଗୁରୁବାର ସନ୍ଧ୍ୟାରେ ଅଯୋଧ୍ୟ ମହାନଗର କମିଶନର ମନ୍ଦିର ସ୍ଥାନ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟ ଓ ପ୍ରତିଷ୍ଠା ଉତ୍ସବ ପ୍ରସ୍ତୁତି ତଦାରଖ କରିଥିଲେ । ସେହିପରି ଗତକାଲି ମନ୍ଦିରର ସିଂହଦ୍ବାରର ଫଟୋ ମଧ୍ୟ ଟ୍ରଷ୍ଟ ତରଫରୁ ଜାରି କରାଯାଇଥିଲା । ଯେଉଁଥିରେ ମୁଖ୍ୟଦ୍ବାରରେ ଦୁଇଟି ସିଂହ ଓ ହସ୍ତୀ ସ୍ଥାନ ପାଇଥିବା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details