ନୂଆଦିଲ୍ଲୀ:ଆସନ୍ତା 22 ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ବରିଷ୍ଠ କଂଗ୍ରେସ ନେତା କରଣ ସିଂ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସମାରୋହରେ ସାମିଲ ହୋଇପାରିବେ ନାହିଁ ବୋଲି ଆଜି (ଶୁକ୍ରବାର) କହିଛନ୍ତି । ତେବେ ଗତକାଲି କଂଗ୍ରେସ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ 'ବିଜେପି ଇଭେଣ୍ଟ' କହି ବର୍ଜନ କରିଥିଲା । ଯାହାକୁ କରଣ ପରୋକ୍ଷରେ ନାପସନ୍ଦ କରିଛନ୍ତି । ନିମନ୍ତ୍ରଣ ଆସିବା ପରେ ସମାରୋହରେ ସାମିଲ ହେବା ନେଇ କୁଣ୍ଠାବୋଧ କରିବା ଅନୁଚିତ ବୋଲି ସେ କହିଛନ୍ତି ।
ଏହା ବି ପଢନ୍ତୁ- ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ବର୍ଜନ କଲା କଂଗ୍ରେସ, କହିଲା BJP-RSS କାର୍ଯ୍ୟକ୍ରମ
ଏନେଇ ଏକ ଚିଠି ଜାରି କରିବା ପରେ ବରିଷ୍ଠ କଂଗ୍ରେସ ନେତା କରଣ ସିଂ କହିଛନ୍ତି, " 22 ଜାନୁଆରୀ 2024 ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଲାଗି ମୋତେ ନିମନ୍ତ୍ରଣ ମିଳିଛି । ଜଣେ ରଘୁବଂଶୀ ଭାବେ ମନ୍ଦିର ନିର୍ମାଣ ଲାଗି 11 ଲକ୍ଷ ଟଙ୍କା ମାମୁଲି ବ୍ୟକ୍ତିଗତ ଦାନ ପରେ ଏହି ସମାରୋହରେ ସାମିଲ ହେବା ଅତ୍ୟନ୍ତ ସୌଭାଗ୍ୟର କଥା । ମାତ୍ର 93 ବର୍ଷ ବୟସ ଯୋଗୁଁ ଏହି ସମାରୋହରେ ସାମିଲ ହେବା ମୋ ପାଇଁ ସମ୍ଭବ ନୁହେଁ । ଆମ ପରିବାର ଧର୍ମାର୍ଥ ଟ୍ରଷ୍ଟ (J&K) ଏହି ଅବସରରେ ଜମ୍ମୁ ରଘୁନାଥ ମନ୍ଦିରରେ ଏକ ବିଶେଷ ଉତ୍ସବର ଆୟୋଜନ କରିଛି ।"