ଓଡିଶା

odisha

ETV Bharat / bharat

Wrestlers Protest: କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କଲେ କୃଷକ ନେତା ରାକେଶ ଟିକାୟତ - କୃଷକ ନେତା ରାକେଶ ଟିକାୟତ।

କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରି ଦିଲ୍ଲୀର ଜନ୍ତରମନ୍ତରରେ ପହଞ୍ଚିଲେ କୃଷକ ନେତା ରାକେଶ ଟିକାୟତ। ଅଧିକ ପଢନ୍ତୁ

rakesh tikait met wrestlers
rakesh tikait met wrestlers

By

Published : May 5, 2023, 4:22 PM IST

ନୂଆଦିଲ୍ଲୀ: ଅନେକ ବାଧାବିଘ୍ନ ପରେ ମଧ୍ୟ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଜାରି ରଖିଛନ୍ତି କୁସ୍ତିଯୋଦ୍ଧା। କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରି ଜନ୍ତରମନ୍ତରରେ ପହଞ୍ଚିଛନ୍ତି କୃଷକ ନେତା ରାକେଶ ଟିକାୟତ। ଗୁରୁବାର ବିଳମ୍ବିତ ରାତିରେ କୁସ୍ତିଯୋଦ୍ଧାଙ୍କୁ ଭେଟି ସମର୍ଥନ ଜଣାଇଛନ୍ତି ଚାଷୀ ନେତା ରାକେଶ ଟିକାୟତ।

ଏହା ମଧ୍ୟ ପଢନ୍ତୁ-କୁସ୍ତିଯୋଦ୍ଧାଙ୍କୁ ତଳକୋର୍ଟକୁ ଯିବାକୁ କହିଲେ ସୁପ୍ରିମକୋର୍ଟ

ରାକେଶ ଟିକାୟତ କହିଛନ୍ତି ଯେ, "ବେଡ୍‌ ଆଣିବାକୁ ଯାଇ କୁସ୍ତିଯୋଦ୍ଧାଙ୍କୁ ପୋଲିସ ଦୁର୍ବ୍ୟବାହର କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । କୌଣସି ବି ପରିସ୍ଥିତିରେ ଏହାକୁ ବରଦାସ୍ତ କରାଯିବ ନାହିଁ। ଧାରଣା ସ୍ଥଳରେ ଜଳ ଯୋଗାଣ ଓ ବିଦ୍ୟୁତ ସେବା ବନ୍ଦ ହୋଇଯାଇଛି । ବର୍ତ୍ତମାନ ଏହି ଆନ୍ଦୋଳନକୁ ଜାତିବାଦରେ ପରିଣତ କରିବା ପାଇଁ ଷଡଯନ୍ତ୍ର ରଚାଯାଉଛି । ଏହି ପିଲାମାନେ ଆମ ଦେଶର ଅଟନ୍ତି । ଯେଉଁମାନେ କି ଦେଶକୁ ଗୌରବାନ୍ବିତ ମଧ୍ୟ କରିଛନ୍ତି ।"

ଏହା ମଧ୍ୟ ପଢନ୍ତୁ-Wrestlers Protest: କାନ୍ଦିଲେ ଭିନେଶ ଫୋଗାଟ, କହିଲେ ଏ ଦିନ ଦେଖିବାକୁ ମେଡାଲ ଜିତିଥିଲୁ

ଆସନ୍ତା 7 ତାରିଖରେ ଖାପ ପଞ୍ଚାୟତର ପ୍ରତିନିଧୀମାନେ ଜନ୍ତରମନ୍ତରକୁ ଆସିବେ । ଗୁରୁବାର ମଧ୍ୟ ହରିୟାଣା ଏବଂ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ଖାପ ପଞ୍ଚାୟତ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ଆମର ଦୁଇ ଦିନ ସମୟ ଅଛି । ଏହି ସମୟ ମଧ୍ୟରେ ଆମେ ଅନ୍ୟ ସମସ୍ତ ସ୍ଥାନକୁ ଯିବୁ । ଧାରଣା ଦେବା କାରଣରୁ ଏହି ପିଲାମାନଙ୍କର ଅଭ୍ୟାସ ବର୍ତ୍ତମାନ ବନ୍ଦ ରହିଛି । ସବୁ ଦିଗରୁ ସେମାନଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଉଛି। ସେଥିପାଇଁ ଆମକୁ ପୁରା ରଣନୀତି ସହିତ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ବୋଲି କହିଛନ୍ତି ଟିକାୟତ ।

ଏହା ମଧ୍ୟ ପଢନ୍ତୁ-Wrestlers Protest: କୁସ୍ତିଯୋଦ୍ଧା ଓ ପୋଲିସ ମଧ୍ୟରେ ସଂଘର୍ଷ, ଆପ ନେତା ଅଟକ

ମିଳିଥିବା ସୂଚନା ଅନୁଯାୟୀ, କୁସ୍ତି ମହାସଂଘ ମୁଖ୍ୟ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ତାଙ୍କୁ ଗିରଫ କରିବା ଦାବିରେ ଜନ୍ତରମନ୍ତରରେ ଧାରଣା ଜାରି ରଖିଛନ୍ତି କୁସ୍ତିଯୋଦ୍ଧା । ବୁ୍ଧ‌ବାର ରାତିରେ ଦିଲ୍ଲୀ ପୋଲିସର କିଛି ଅଧିକାରୀ ଓ କର୍ମଚାରୀ ନିଶାସକ୍ତ ଅବସ୍ଥାରେ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ସେମାନେ ଅଭିଯୋଗ କରିଥିଲେ । ଏପରିକି ସେମାନଙ୍କ ସହ ଧାରଣାରେ ବସିଥିବା କିଛି ବ୍ୟକ୍ତି ପୋଲିସ ମାଡ଼ରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଥିଲା । ଦୁର୍ବ୍ୟବହାରର ଶିକାର ହେବା ପରେ ମହିଳା କୁସ୍ତିଯୋଦ୍ଧାମାନେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣାର ଗୋଟିଏ ଦିନ ପରେ ଏବେ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରଖିଛନ୍ତି କୁସ୍ତିଯୋଦ୍ଧା ।

ABOUT THE AUTHOR

...view details