ଓଡିଶା

odisha

ETV Bharat / bharat

Farmer leader to Centre: ଜୁନ ୯ ସୁଦ୍ଧା ବ୍ରିଜଭୂଷଣଙ୍କୁ ଗିରଫ କରିବାକୁ ଦାବି - ବିଜେପି ସାଂସଦ ବ୍ରିଜଭୂଷଣ ସିଂ

ଜୁନ ୯ ସୁଦ୍ଧା କୁସ୍ତିଯୋଦ୍ଧା ମହାସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କୁ ଗିରଫ ନେଇ କେନ୍ଦ୍ର ନିକଟରେ ଦାବି କଲେ ଚାଷୀ ନେତା ରାକେଶ ଟିକାୟତ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jun 2, 2023, 9:33 PM IST

ଚଣ୍ଡିଗଡ଼: ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଥିବା ଚାଷୀ ସଂଗଠନ ପୁଣି କେନ୍ଦ୍ରକୁ ଦେଲେ ମହଲତ । ଜୁନ୍‌ ୯ ସୁଦ୍ଧା କୁସ୍ତିଯୋଦ୍ଧା ମହାସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କୁ ଗିରଫ କରାଯାଉ ବୋଲି ଭାରତୀୟ କିଷାନ ୟୁନିଅନ (BKU)ର ଜାତୀୟ ମୁଖପାତ୍ର ରାକେଶ ଟିକାୟତ ଦାବି କରିଛନ୍ତି । ଗତ ମଙ୍ଗଳବାର ପବିତ୍ର ଗଙ୍ଗାରେ ମେଡାଲ ବିସର୍ଜନ କରିବାକୁ ଯାଇଥିବା ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କୁ ଏହି ସଂଗଠନ ଅଟକାଇଥିବା ବେଳେ କେନ୍ଦ୍ରକୁ ୫ଦିନର ଡେଡ୍‌ଲାଇନ୍‌ ଦେଇଥିଲା । ଏହାପରେ ଆଜି ପୁଣି କେନ୍ଦ୍ର ସରକାରଙ୍କ ନିକଟରେ ନୂଆ ଦାବି ରଖିଛନ୍ତି ।

ଜୁନ ୯ ସୁଦ୍ଧା ଯଦି ବ୍ରିଜଭୂଷଣଙ୍କୁ ଗିରଫ କରାନଯାଏ ତେବେ ଚାଷୀ ସଂଗଠନ ଦିଲ୍ଲୀ ଜନ୍ତରମନ୍ତରଠାରେ ଧାରଣାରେ ବସିବ ବୋଲି ଟିକାୟତ ଚେତାବନୀ ଦେଇଛନ୍ତି । ଏନେଇ ସେ କହିଛନ୍ତି, "ସରକାର ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ଦାବି ଉପରେ ପ୍ରତିକ୍ରିୟା ରଖୁ । ଯଦି କେନ୍ଦ୍ର ସରକାର ଏପରି ନକରନ୍ତି ତେବେ କୁସ୍ତିଯୋଦ୍ଧାଙ୍କ ସହିତ ଚାଷୀ ସଂଗଠନ ମଧ୍ୟ ଜନ୍ତର ମନ୍ତରଠାରେ ଧାରଣାରେ ବସିବ । ଏହାସହିତ ସାରା ଦେଶରେ ପଞ୍ଚାୟତ ବସିବ । ଯଦି ଜନ୍ତରମନ୍ତରଠାରେ ଆନ୍ଦୋଳନ କରିବା ଲାଗି ଅନୁମତି ଦିଆଯାଏ ନାହିଁ, ତେବେ ଆନ୍ଦୋଳନ ନେଇ ଘୋଷଣା କରାଯିବ ।"

ଏହା ବି ପଢନ୍ତୁ- Wrestlers protest: ଦୋଷୀ ସାବ୍ୟସ୍ତ ହେଲେ ଝୁଲି ପଡିବି କହିଲେ ବ୍ରିଜଭୂଷଣ, ଦିଲ୍ଲୀ ପୋଲିସକୁ ମିଳିନି ଠୋସ୍ ପ୍ରମାଣ !

ଗତ ଗୁରୁବାର ଉତ୍ତରପ୍ରଦେଶ ମୁଜ୍ଜଫରନଗରଠାରେ ମହାପଞ୍ଚାୟତ ଅନୁଷ୍ଠିତ ହୋଇଥିଲା । ଏଥିରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ମହାପଞ୍ଚାୟତରେ ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀର ଖାପ ନେତାମାନେ ସାମିଲ ହୋଇଥିଲେ । ଗତ ମଙ୍ଗଳବାର ଅଲମ୍ପିକ ମେଡାଲିଷ୍ଟ ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଓ ଏସିଆନ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ଭିନେଶ ଫୋଗଟ ଗଙ୍ଗାରେ ମେଡାଲ ବିସର୍ଜନ କରିବା ଲାଗି ହରିଦ୍ବାରରେ ପହଞ୍ଚିଥିଲେ । ଏହି ସମୟରେ ତାଙ୍କୁ ଚାଷୀ ନେତାମାନେ ଅଟକାଇଥିବା ସହ ସମର୍ଥନ କରିଥିଲେ । କୁସ୍ତିଯୋଦ୍ଧାଙ୍କୁ ଦାବି ପୂରଣ ନେଇ କେନ୍ଦ୍ର ସରକାରଙ୍କୁ ୫ଦିନ ଡେଡଲାଇନ ଦେଇଥିଲେ ।

ସୂଚନା ଥାଉ କୁସ୍ତିଯୋଦ୍ଧା ମହାସଂଘର ଅଧ୍ୟକ୍ଷ ତଥା ବିଜେପି ସାସଂଦ ବ୍ରିଜଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ପୂର୍ବରୁ ତାଙ୍କୁ ଏହି ପଦରୁ ହଟାଇବା ଲାଗି ସେମାନେ ଦାବି କରି ଆସୁଥିଲେ । ଏବେ ବ୍ରିଜଭୂଷଣଙ୍କୁ ଗିରଫ ନକରାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ କୁସ୍ତିଯୋଦ୍ଧା ଚେତାବନୀ ଦେଇଛନ୍ତି । ଗତ ଏପ୍ରିଲ ମାସରୁ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଦେବା ପରିବର୍ତ୍ତେ କେହି ତାଙ୍କ କଥା ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

ABOUT THE AUTHOR

...view details