ଓଡିଶା

odisha

ETV Bharat / bharat

ପରଲୋକରେ ଷ୍ଟକ ମାର୍କେଟ ବିଗ୍‌ ବୁଲ ରାକେଶ ଝୁନଝୁନୱାଲା - ରାକେଶ ଝୁନଝୁନୱାଲାଙ୍କ ପରଲୋକ

ଷ୍ଟକ ମାର୍କେଟର ବିଗ୍‌ବୁଲ ଭାବେ ଜଣାଶୁଣା ରାକେଶ ଝୁନଝୁନୱାଲାଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ଅଧିକ ପଢନ୍ତୁ

ପରଲୋକରେ ବିଶିଷ୍ଟ ଶିଳ୍ପପତି ରାକେଶ ଝୁନଝୁନୱାଲା
ପରଲୋକରେ ବିଶିଷ୍ଟ ଶିଳ୍ପପତି ରାକେଶ ଝୁନଝୁନୱାଲା

By

Published : Aug 14, 2022, 9:37 AM IST

Updated : Aug 14, 2022, 11:18 AM IST

ମୁମ୍ବାଇ:ଆଉ ନାହାନ୍ତି ଷ୍ଟକ ମାର୍କେଟର ବିଗ୍‌ ବୁଲ । ଭାରତର ବିଶିଷ୍ଟ ଶିଳ୍ପପତି, ଷ୍ଟକ ମାର୍କେଟ ନିବେଶକ ତଥା ଆକାଶ ଏୟାରର ପ୍ରତିଷ୍ଠାତା ରାକେଶ ଝୁନଝୁନୱାଲାଙ୍କ (Rakesh Jhunjhunwala passes away) ଦେହାନ୍ତ ହୋଇଯାଇଛି । ଆଜି(ରବିବାର) ସକାଳେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଝୁନଝୁନୱାଲାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ରାକେଶ ଝୁନଝୁନୱାଲାଙ୍କୁ ଆଜି ସକାଳ ୬ଟା ୪୫ ମିନିଟ୍ ସମୟରେ ମୁମ୍ବାଇ ସ୍ଥିତ ବ୍ରିଚ୍‌ କାଣ୍ଡି(Breach Candy Hospital) ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ରାକେଶ ଝୁନଝୁନୱାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ''ସେ ଅନ୍ତର୍ଦୃଷ୍ଟିସମ୍ପନ୍ନ ଥିଲେ । ଭାରତର ପ୍ରଗତି ପାଇଁ ସେ ଖୁବ୍ ବ୍ୟାକୁଳ ଥିଲେ । ତାଙ୍କର ବିୟୋଗ ଅତ୍ୟନ୍ତ ଦୁଃଖଦାୟକ'' ବୋଲି ମୋଦି ଟ୍ବିଟ୍ କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଗତ ଦୁଇ ତିନି ସପ୍ତାହ ପୂର୍ବରୁ ଷ୍ଟକ ମାର୍କେଟ ନିବେଶକ ରାକେଶ ଝୁନଝୁନୱାଲା ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ୧୯୬୦ ମସିହା ଜୁଲାଇ ୫ ତାରିଖରେ ଏକ ମଧ୍ୟବିତ୍ତ ପରିବାରରେ ଝୁନଝୁନୱାଲା ଜନ୍ମଗ୍ରହଣ କରିଥିଲେ । ୧୯୮୫ ମସିହାରେ ନିଜର କଲେଜ ପାଠପଢା ସମୟରେ ରାକେଶ ଝୁନଝୁନୱାଲା ପ୍ରଥମ କରି ଷ୍ଟକ ମାର୍କେଟରେ ପ୍ରବେଶ କରିଥିଲେ । ସେତେବେଳେ ସେ ମାତ୍ର ୫ ହଜାର ଟଙ୍କା ନିବେଶ କରିଥିଲେ । ହେଲେ ଫୋର୍ବସ ମାଗାଜିନ(Forbes magazine) ଅନୁସାରେ ଏବେ ତାଙ୍କର ସମ୍ପତ୍ତି ମୂଲ୍ୟ ୫.୫ ବିଲିୟନ ଡଲାର ଅଟେ । ତେବେ ବାପାଙ୍କ ଠାରୁ ଷ୍ଟକ ମାର୍କେଟ ସମ୍ପର୍କରେ ଶୁଣି ସେ ଏହାପ୍ରତି ଆଗ୍ରହୀ ହୋଇଥିଲେ ବୋଲି କୁହନ୍ତି ଝୁନଝୁନୱାଲା ।

୧୯୮୬ ମସିହାରେ 'ଟାଟା ଟି' ଶେୟାର କିଣି ଝୁନଝୁନୱାଲା ଷ୍ଟକ ବଜାରରୁ ପ୍ରଥମ ବଡ ଲାଭ କମାଇଥିଲେ । ସେ ମାତ୍ର ୪୩ ଟଙ୍କାରେ 'ଟାଟା ଟି'ର ୫ ହଜାର ସେୟାର କିଣିଥିଲେ । ଯାହାର ମୂଲ୍ୟ ତିନି ମାସ ମଧ୍ୟରେ ୧୪୩ ଟଙ୍କା ହୋଇଯାଇଥିଲା । ଫଳରେ ଝୁନଝୁନୱାଲା ତିନି ଗୁଣାରୁ ଅଧିକ ଲାଭ ପାଇଥିଲେ । ଏହାର ପରବର୍ତ୍ତୀ ତିନି ବର୍ଷରେ ସେ ବଜାରରୁ ୨୦ରୁ ୩୦ ଲକ୍ଷ ଲାଭ କରିଥିଲେ । ଗତ ୭ ତାରିଖରେ ଦେଶର ସବୁଠୁ ବଡ ନିବେଶକ ଝୁନଝୁନୱାଲାଙ୍କ ଆକାଶ ଏୟାର ପ୍ରଥମ ଉଡାଣ ଭରିଥିଲା ।

Last Updated : Aug 14, 2022, 11:18 AM IST

ABOUT THE AUTHOR

...view details