ଓଡିଶା

odisha

ETV Bharat / bharat

RajyaSabhaPoll: ରାଜସ୍ଥାନରେ ଘୋଡା ବେପାର ନିଶ୍ଚିତ ! - ରାଜସ୍ଥାନରେ ଘୋଡା ବେପାର ନିଶ୍ଚିତ

ରାଜ୍ୟସଭା ନିର୍ବାଚନକୁ ନେଇ ରାଜସ୍ଥାନରେ ଘୋଡା ବେପାର ନିଶ୍ଚିତ ହୋଇପାରେ । ଏହି ସ୍ଥିତି ଏବେ ସୃଷ୍ଟି ହୋଇଛି । କାରଣ 4ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ପ୍ରାର୍ଥୀ ଅଛନ୍ତି 6 ଜଣ । ଯାହାକୁ ନେଇ ଏବେ ବଡ ଲଢେଇ ହେବ ବିଜେପି ଓ କଂଗ୍ରେସ ମଧ୍ୟରେ । ଅଧିକ ପଢନ୍ତୁ

RajyaSabhaPoll: ରାଜସ୍ଥାନରେ ଘୋଡା ବେପାର ନିଶ୍ଚିତ !
RajyaSabhaPoll: ରାଜସ୍ଥାନରେ ଘୋଡା ବେପାର ନିଶ୍ଚିତ !

By

Published : Jun 1, 2022, 7:08 AM IST

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନକୁ ନେଇ ରାଜସ୍ଥାନରେ ଘୋଡା ବେପାର ନିଶ୍ଚିତ ହୋଇପାରେ । ଏହି ସ୍ଥିତି ଏବେ ସୃଷ୍ଟି ହୋଇଛି । କାରଣ 4ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ପ୍ରାର୍ଥୀ ଅଛନ୍ତି 6 ଜଣ । ଯାହାକୁ ନେଇ ଏବେ ବଡ ଲଢେଇ ହେବ ବିଜେପି ଓ କଂଗ୍ରେସ ମଧ୍ୟରେ । ହେଲେ ଚତୁର୍ଥ ଆସନକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେବ । କଂଗ୍ରେସ 2 ଟି ଆସନ ଦଖଲ କରିବା ଏକ ପ୍ରକାର ନିଶ୍ଚିତ ଥିବାବେଳେ , ବିଜେପି ଗୋଟିଏ ଆସନ ଦଖଲ କରିବ । ଗୋଟିଏ ଆସନ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ଟକ୍କର ହେବ । ଯିଏ ସ୍ବାଧୀନ ସଦସ୍ୟଙ୍କ ସମର୍ଥନ ହାସଲ କରିପାରିବ ସେହି ଦଳ ଚତୁର୍ଥ ଆସନ ଦଖଲ କରିବ ।

ମଙ୍ଗଳବାର ନାମାଙ୍କନ ଦାଖଲର ଅନ୍ତିମ ଦିନରେ 5 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ରିଟର୍ଣ୍ଣିଂ ଅଫିସରଙ୍କ ସୂଚନା ଅନୁସାରେ କଂଗ୍ରେସରୁ ରଣଦୀପ ସୂର୍ଯ୍ୟେୱାଲା, ମୁକୁଲ ବାଳକୃଷ୍ଣ ୱାସନିକ ଓ ପ୍ରମୋଦ କୁମାର ନାମାଙ୍କନ ଦାଖଲ କରିଛନ୍ତି । ବିଜେପି ପକ୍ଷରୁ ଘନଶ୍ୟାମ ତିୱାରୀ ଓ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ବିଶିଷ୍ଟ ଶିଳ୍ପପତି ସୁବାଷ ଚନ୍ଦ୍ରା ନାମାଙ୍କନ ଦାଖଲ କରିଛନ୍ତି । ଏହାବାଦ ସୋମବାର ଜଣେ ସ୍ବାଧୀନ ପ୍ରାର୍ଥି ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି ।

ତେବେ ଏଠି କଂଗ୍ରେସ 2ଟି ବିଜେପି ଗୋଟିଏ ଆସନ ଦଖଲ କରିବା ନିଶ୍ଚିତ ଥିବାବେଳେ, ସ୍ବାଧିନ ସଦସ୍ୟ ଅନ୍ୟାନ୍ୟ ଦଳର ବିଧାୟକଙ୍କ ସମର୍ଥନ ଯେଉଁଦଳକୁ ମିଳିବ ସେହି ଦଳ ଚତୁର୍ଥ ଆସନ ଦଖଲ କରିବ । ଏପରି ସ୍ଥଳେ ରାଜସ୍ଥାନରେ ଘୋଡା ବେପାରର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ତେବେ ଦେଖିବାର କଥା ଚତୁର୍ଥ ଆସନକୁ କିଏ କାହା ପକ୍ଷକୁ ନେଇ ପାରୁଛି ।

ABOUT THE AUTHOR

...view details