ଓଡିଶା

odisha

ETV Bharat / bharat

Rajya Sabha Result: ମହାରାଷ୍ଟ୍ରରେ ଦମ ଦେଖାଇଲେ ଦେବେନ୍ଦ୍ର ଫଡନାଭିସ - ମହାରାଷ୍ଟ୍ର ରାଜନୀତି

ଫଡନାଭିସଙ୍କ ଚମତ୍କାର ରଣନୀତିକୁ ନିଜେ ଏନସିପି ସୁପ୍ରମୋ ଶରଦ ପାୱାର ପ୍ରଶଂସା କରିଛନ୍ତି । ଏନେଇ ଶରଦ ପାୱର କହିଛନ୍ତି ଦେବେନ୍ଦ୍ର ଫଡନାଭିସ ସ୍ବାଧୀନ ବିଧାୟକଙ୍କୁ ନିଜ ପକ୍ଷକୁ ନେବାରେ ସଫଳ ହେଲେ । ଶରଦ ପୁଣି କହିଛନ୍ତି ଆମ ଆଶା ଅନୁସାରେ ଆମେ 3 ଟି ଆସନ ପାଇଛୁ । କିନ୍ତୁ ସଠିକ ସମନ୍ବୟ ଓ ରଣନୀତି ହୋଇଥିଲେ ଆଉ ଗୋଟିଏ ଆସନ ପାଇଥାନ୍ତୁ । ଅଧିକ ପଢନ୍ତୁ

ଦେବେନ୍ଦ୍ର ଫଡନାଭିସ
ଦେବେନ୍ଦ୍ର ଫଡନାଭିସ

By

Published : Jun 11, 2022, 10:18 PM IST

ହାଇଦ୍ରାବାଦ: ଗତକାଲି (ଶୁକ୍ରବାର) ଦେଶର 16 ଟି ରାଜ୍ୟସଭା (Rajya Sabha Elections) ଆସନ ପାଇଁ ନିର୍ବାଚନ ହୋଇଥିଲା । ବିଳମ୍ବିତ ରାତି ସୁଦ୍ଧା ସମସ୍ତ ଆସନର ଫଳାଫଳ ମଧ୍ୟ ଆସିଯାଇଥିଲା । ହେଲେ ନିର୍ବାଚନକୁ ନେଇ ମହାରାଷ୍ଟ୍ର (Maharashtra) ରେ ଘଟିଥିବା ଘଟଣା ନେଇ ଏବେ ଲାଗି ରହିଛି ଚର୍ଚ୍ଚା । କାରଣ ଫଡନାଭିସଙ୍କ ଫାସରେ ଫସିଗଲା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଙ୍କ ନେତୃତ୍ବାଧୀନ ମହାବିକାଶ ଅଘାଡି(ଏମବିଏ) । ରାଜ୍ୟରେ 6 ଟି ଆସନ ପାଇଁ ହେଉଥିଲା ନିର୍ବାଚନ । ଏଥିପାଇଁ ଏମବିଏ (Maha Vikas Aghadi) ସରକାର 4 ଟି ଆସନ ଦଖଲ କରିବାକୁ ପୁରା ଆତ୍ମବିଶ୍ବାସର ସହ ରଣନୀତି କରିଥିଲା । ଯାହାର ନେତୃତ୍ବ ନେଇଥିଲେ ପୁରୁଖା ନେତା ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (Nationalist Congress Party ମୁଖ୍ୟ ଶରଦ ପାୱାର । ହେଲେ ଆଶ୍ଚର୍ଯ୍ୟ ଜନକ ଭାବେ ଏହି ପୁରୁଖାଙ୍କୁ ମାତ ଦେଇ ଗୋଟିଏ ଆସନ ଛଡାଇ ଆଣିବାରେ ସଫଳ ହୋଇଛି ବିଜେପି (Bharatiya Janata Party) । ଆଉ ଯାହାର ପୁରା ଶ୍ରେୟ ଏବେ ଦେବେନ୍ଦ୍ର ଫଡନାଭିସ (Devendra Fadnavis)ଙ୍କୁ ଯାଉଛି ।

ମହାରାଷ୍ଟ୍ରରେ 6 ଟି ଆସନରେ ନିର୍ବାଚନ ହୋଇଥିବା ବେଳେ, ସଂଖ୍ୟା ଦୃଷ୍ଟିରୁ ବିଜେପି 3 ଟି, କଂଗ୍ରେସ, ଏନସିପି ଓ ଶିବସେନା ଗୋଟିଏ ଲେଖାଏଁ ଆସନ ପାଇବାର ନିଶ୍ଚିତ ଥିଲା । ହେଲେ ଷଷ୍ଠ ଆସନ ଦଖଲ ପାଇଁ ବିଜେପି ପାଖରେ ବିଜୟୀ ସଂଖ୍ୟା ବଳ ନଥିଲେ ମଧ୍ୟ ଦଳ ତୃତୀୟ ପ୍ରାର୍ଥୀ ମଧ୍ୟ ମୈଦାନକୁ ଆଣିଲା । ଆଉ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଅନ୍ୟତମ ପ୍ରଭାବଶାଳୀ ଗ୍ରହଣୀୟ ଓ କେନ୍ଦ୍ରୀୟ ନେତୃତ୍ବର ବିଶ୍ବସ୍ତ ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ସମସ୍ତ ନିଷ୍ପତ୍ତି ନେବାର ପୁରା କ୍ଷମତା ଦେଲେ କେନ୍ଦ୍ରୀୟ ନେତା। ଫଡନାଭିସ ମଧ୍ୟ ରାଜ୍ୟ ରାଜନୀତିର ଅଙ୍କକୁ ସଠିକ ଭାବେ କଷିବାରେ କୌଣସି ଭୁଲ କଲେ ନାହିଁ । ଆଉ ଉଦ୍ଧବ ସରକାରଙ୍କ ହାତରୁ ଗୋଟିଏ ଆସନ ଛଡାଇ ଆଣିବାରେ ସଫଳ ହେଲେ ।

ଫଡନାଭିସଙ୍କ ଏହି ଚମତ୍କାର ରଣନୀତିକୁ ନିଜେ ଏନସିପି ସୁପ୍ରମୋ ଶରଦ ପାୱାର ଓ ତାଙ୍କ ସାଂସଦ ଝିଅ ସୁପ୍ରିୟା ସୁଲେ ମଧ୍ୟ ପ୍ରଶଂସା କରିଛନ୍ତି । ଏନେଇ ଶରଦ ପାୱର କହିଛନ୍ତି ଦେବେନ୍ଦ୍ର ଫଡନାଭିସ ସ୍ବାଧୀନ ବିଧାୟକଙ୍କୁ ନିଜ ପକ୍ଷକୁ ନେବାରେ ସଫଳ ହେଲେ । ଶରଦ କହିଛନ୍ତି ଆମ ଆଶା ଅନୁସାରେ ଆମେ 3 ଟି ଆସନ ପାଇଛୁ । କିନ୍ତୁ ସଠିକ ସମନ୍ବୟ ଓ ରଣନୀତି ହୋଇଥିଲେ ଆଉ ଗୋଟିଏ ଆସନ ପାଇଥାନ୍ତୁ । ଯାହା ବିଜେପିକୁ ଗଲା । ବିଜେପି ଛୋଟ ଛୋଟ ଦଳ ଓ ସ୍ବାଧୀନ ବିଧାୟକଙ୍କୁ ନିଜ ପକ୍ଷକୁ ନେବାରେ ସଫଳ ହୋଇଛି । ଦେବେନ୍ଦ୍ର ଫଡନାଭିସ କରିଥିବା ରଣନୀତି ସଠିକ ସାବ୍ୟସ୍ତ ହୋଇଛି । ଆମେ ସ୍ବୀକାର କରୁଛୁ ବୋଲି କହିଛନ୍ତି ଶରଦ । ସେହିପରି ଏନସିପି ସାଂସଦ ମଧ୍ୟ ଏହାକୁ ନେଇ କହିଛନ୍ତି ବିଜେପିକୁ ଶୁଭେଛା । ଆମେ ଆମର ଭୁଲ ତ୍ରୁଟି ସୁଧାରିବୁ ବୋଲି କହିଛନ୍ତି ।

ରାଜ୍ୟରେ 6 ଟି ରାଜ୍ଯସଭା ଆସନ ପାଇଁ ନିର୍ବାଚନ ହୋଇଥିଲା । ବିଜେପି 3 ଜଣ ପ୍ରାର୍ଥୀ ଥିଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ (Union minister Piyush Goyal), ରାଜ୍ଯର ପୂର୍ବତନ ମନ୍ତ୍ରୀ ଅନିଲ ବୋନ୍ଦେ ଏବଂ ପୂର୍ବତନ ସାଂସଦ ଧନଞ୍ଜୟ ମହାଦିକ । ଏହି 3 ଜଣ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ, ଶିବସେନାର ସଞ୍ଜୟ ରାଉତ(Sanjay Rout), ଏନସିପିର ପ୍ରଫୁଲ୍ଲ ପଟେଲ ଓ କଂଗ୍ରେସର ଇମରାନ ପ୍ରତାପଗଢୀ ବିଜୟୀ ହୋଇଛନ୍ତି ।

ହେଲେ ଷଷ୍ଠ ଆସନ ପାଇଁ ଶିବସେନା ନିଜ ଦ୍ବିତୀୟ ପ୍ରାର୍ଥୀ ଭାବେ ସଞ୍ଜୟ ପାୱାରଙ୍କୁ ଓ ବିଜେପି ନିଜ ତୃତୀୟ ପ୍ରାର୍ଥୀ ଭାବେ ଧନଞ୍ଜୟ ମହାଦିକଙ୍କୁ ପ୍ରାର୍ଥୀ କରିଥିଲା । ଏହି ଉଭୟ ନେତା ପଶ୍ଚିମ ମହାରାଷ୍ଟ୍ର ସ୍ଥିତ କୋହ୍ଲାପୁରରୁ ପ୍ରତିନିଧିତ୍ବ କରନ୍ତି । ଯଦି ଶିବସେନା, କଂଗ୍ରେସ ଓ ଏନସିପି ମଧ୍ୟରେ ସଠିକ ବୁଝାମଣା ଓ ରଣନୀତି ହୋଇଥାନ୍ତା ତେବେ ଶିବସେନାର ଦ୍ବିତୀୟ ପ୍ରାର୍ଥୀ ମଧ୍ୟ ବିଜୟୀ ହେବାର ସମ୍ଭାବନା ଥିଲା ।

ବିଜେପି କିନ୍ତୁ ଏକ ସାହାସିକ ନିଷ୍ପତ୍ତି ନେଇ ନିଜ ତୃତୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଦେବେନ୍ଦ୍ର ଫଡନାଭିସଙ୍କୁ ନେତୃତ୍ବରେ ରଣନୀତି ପ୍ରସ୍ତୁତ କରିଥିଲା । ଦେବେନ୍ଦ୍ରଙ୍କୁ ପୁରା କ୍ଷମତା ସହ ଲଢିବା ପାଇଁ କେନ୍ଦ୍ରୀୟ ନେତୃତ୍ବ ନିର୍ଦ୍ଦେଶ ଦେଇଥିଲେ । ଆଉ ଦେବେନ୍ଦ୍ର ମଧ୍ୟ କେନ୍ଦ୍ରୀୟ ନେତାଙ୍କୁ କୌଣସି ନିରାଶ କରିନଥିଲେ । ରାଜ୍ୟ ରାଜନୀତିର ସ୍ଥିତି ଓ ମହାବିକାଶ ଅଘାଡି ମଧ୍ୟରେ ଥିବା ଦୁର୍ବଳତକୁ ଜାଣିଥିବା ଦେବେନ୍ଦ୍ର ନିଜ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ରଚିଥିଲେ ରଚନା । ରାଜ୍ୟର ଛୋଟ ଛୋଟ ଦଳ ଓ ସ୍ବାଧୀନ ବିଧାୟକଙ୍କୁ ନିଜ ପକ୍ଷକୁ ଆଣିବାରେ ସଫଳ ହେଲେ । ଆଉ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସିଧା ଚ୍ୟାଲେଞ୍ଜ ଦେଇଥିଲେ । ଆଉ ନିଜେ ମଧ୍ୟ ଜଣେ ଯେ ଅଭିଜ୍ଞ ରାଜନୀତି ଖେଳାଳି ତାହା ପ୍ରମାଣିତ କରିଥିଲେ ।

ABOUT THE AUTHOR

...view details