ଓଡିଶା

odisha

ETV Bharat / bharat

Delhi Ordinance Bill: ଲୋକସଭା ପରେ ରାଜ୍ୟସଭାରେ ପାରିତ, ବିଲ ସପକ୍ଷରେ ପଡିଲା 131 ଭୋଟ - ରାଜ୍ୟସଭାରେ ପାରିତ ହେଲା ଦିଲ୍ଲୀ ସେବା ବିଲ

ଲୋକସଭା ପରେ ରାଜ୍ୟସଭାରେ ପାରିତ, ବିଲ ସପକ୍ଷରେ 131 ଭୋଟ । ବିରୋଧରେ 102 ଭୋଟ । ଗୁରୁବାର ଲୋକସଭାରେ ପାରିତ ହୋଇଥିଲା ଏହି ବିଲ । ଅଧିକ ପଢନ୍ତୁ

Delhi ordinance bill: ଲୋକସଭା ପରେ ରାଜ୍ୟସଭାରେ ପାରିତ, ବିଲ ସପକ୍ଷରେ ପଡିଲା 131 ଭୋଟ
Delhi ordinance bill: ଲୋକସଭା ପରେ ରାଜ୍ୟସଭାରେ ପାରିତ, ବିଲ ସପକ୍ଷରେ ପଡିଲା 131 ଭୋଟ

By

Published : Aug 7, 2023, 10:18 PM IST

Updated : Aug 7, 2023, 10:27 PM IST

ନୂଆଦିଲ୍ଲୀ:ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ବହୁଚର୍ଚ୍ଚିତ ଦିଲ୍ଲୀ ଅଧ୍ୟାଦେଶ ବିଲ । ଆଜି ସରଗରମ ଚର୍ଚ୍ଚା ପରେ ରାତି 10 ଟାରେ ଏହା ଭୋଟିଂ ମାଧ୍ୟମରେ ପାରିତ ହୋଇଛି । ଏହି ବିଲ ସପକ୍ଷରେ 131 ଭୋଟ ପଡିଥିବା ବେଳେ ବିରୋଧରେ 102 ଭୋଟ ପଡିଛି । ପ୍ରଥମେ ଇଲୋକ୍ଟ୍ରୋନିକ୍ସ ମେସିନ ସାହାଯ୍ୟରେ ଭୋଟିଂ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ହେଲେ କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ଟୋକନ ସିଷ୍ଟମରେ ଏହି ଭୋଟିଂ କରାଯାଇଥିଲା । ଏଥିରେ ଏହି ବହୁଚର୍ଚ୍ଚିତ ବିଲ 131 ଭୋଟ ସହ ଉଚ୍ଚସଦନ ରାଜ୍ୟସଭାରେ ମଧ୍ୟ ପାରିତ ହୋଇଛି ।

ଆଜି ମଧ୍ୟାହ୍ନରେ ରାଜ୍ୟସଭାରେ ଆଗତ ହୋଇଥିଲା ଏହି ବହୁଚର୍ଚ୍ଚିତ ଦିଲ୍ଲୀ ଅଧ୍ୟାଦେଶ ବିଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ରାଜ୍ୟସଭାରେ ଏହାକୁ ଆଗତ କରିବା ପରେ ବିଲକୁ ନେଇ ଚର୍ଚ୍ଚା ହୋଇଥିଲା । ସରଗରମ ଚର୍ଚ୍ଚାରେ ବିରୋଧୀ ଏହାକୁ କଡା ସମାଲୋଚନା କରିଥିଲେ । ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା ଚର୍ଚ୍ଚାରେ ଅଂଶଗ୍ରହଣ କରି ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଏହି ଆଇନକୁ ଅଗଣତାନ୍ତ୍ରିକ କହିବା ସହ ଏହାକୁ ଗୃହରେ ପାରିତ କରାଇନଦେବା ପାଇଁ ବିବେକ ଅନୁସାରେ ରାଜନୈତିକ ଦଳମାନେ ନିଷ୍ପତ୍ତି ଗ୍ରହଣ କରନ୍ତୁ ବୋଲି ସାଂସଦ ଚଢା କହିଥିଲେ । ଚର୍ଚ୍ଚାରେ ଅଂଶଗ୍ରହଣ କରି କଂଗ୍ରେସର ବରିଷ୍ଠ ନେତା ଅଭିଶେକ ମନୁ ସିଙ୍ଗଭି ମଧ୍ୟ ଏହି ବିଲ୍‌କୁ ବିରୋଧ କରିଛନ୍ତି । ଏହା ସଂଘୀୟ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଲଙ୍ଘନ । କେନ୍ଦ୍ର ସରକାର ଯେକୌଣସି ପ୍ରକାର ଦିଲ୍ଲୀକୁ ନିୟନ୍ତ୍ରଣକୁ ନେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ସିଙ୍ଗଭି ।

ଏହା ମଧ୍ୟ ପଢନ୍ତୁ:-Delhi services ordinance: ରାଜ୍ୟସଭାରେ ଆଗତ କଲେ ଶାହ, ଚର୍ଚ୍ଚା ଜାରି

ଏହି ଦିଲ୍ଲୀ ସେବା ବିଲକୁ ନେଇ ଗୁରୁବାର ନିମ୍ନସଦନ ଲୋକସଭାରେ ବିତର୍କ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ସରକାର ଏବଂ ବିରୋଧୀ ମିଳିତ ମେଣ୍ଟ ‘ଇଣ୍ଡିଆ’କୁ ଏହି ପ୍ରସଙ୍ଗରେ କଡ଼ା ସମାଲୋଚନା କରିଥିଲେ । ତେବେ ବିରୋଧୀଙ୍କ କକ୍ଷତ୍ୟାଗ ସତ୍ତ୍ବେ ବିଲ ଧ୍ବନି ମତରେ ଲୋକସଭାରେ ପାରିତ ହୋଇଥିଲା । ଲୋକସଭାରେ ବିତର୍କ ବେଳେ ବିଲକୁ ନେଇ ହଙ୍ଗାମା କରିଥିବା ଆମ ଆଦମୀ ପାର୍ଟିର ଏକମାତ୍ର ଲୋକସଭା ସାଂସଦ ସୁଶୀଲ କୁମାର ରିଙ୍କୁଙ୍କୁ ମୌସୁମୀ ଅଧିବେଶନରୁ ଅବଶିଷ୍ଟ ଦିବସରୁ ନିଲମ୍ବିତ କରାଯାଇଥିଲା । ଆଜି ଏହି ବିଲ୍‌କୁ ରାଜ୍ୟସଭାରେ ମଧ୍ୟ ପାରିତ କରିବାରେ ସଫଳ ହୋଇଛନ୍ତି କେନ୍ଦ୍ର ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 7, 2023, 10:27 PM IST

ABOUT THE AUTHOR

...view details