ETV Bharat Odisha

ଓଡିଶା

odisha

ETV Bharat / bharat

ଆଞ୍ଚଳିକ ସୁରକ୍ଷା ବୈଠକକୁ ସମ୍ବୋଧିତ କଲେ ରାଜନାଥ ସିଂହ - ASEAN

10ଟି ASEAN ରାଷ୍ଟ୍ର ଏବଂ ସାଥୀ ରାଷ୍ଟ୍ରଗୁଡିକର ଆଞ୍ଚଳିକ ସୁରକ୍ଷା ବୈଠକକୁ ସମ୍ବୋଧିତ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବୈଠକରେ ଅଞ୍ଚଳ ସମ୍ମୁଖୀନ ହେଉଥିବା ପ୍ରମୁଖ ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ଉପରେ ଭାରତର ମତାମତା ଉପସ୍ଥାପନ କଲେ ରାଜନାଥ । ଅଧିକ ପଢନ୍ତୁ...

ଆଞ୍ଚଳିକ ସୁରକ୍ଷା ବୈଠକକୁ ସମ୍ବୋଧିକ କଲେ ରାଜନାଥ ସିଂହ
ଆଞ୍ଚଳିକ ସୁରକ୍ଷା ବୈଠକକୁ ସମ୍ବୋଧିକ କଲେ ରାଜନାଥ ସିଂହ
author img

By

Published : Jun 16, 2021, 2:05 PM IST

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 10ଟି ASEAN ରାଷ୍ଟ୍ର ଏବଂ ଏହାର ସାଥୀ ରାଷ୍ଟ୍ରଗୁଡିକର ଆଞ୍ଚଳିକ ସୁରକ୍ଷା ବୈଠକକୁ ସମ୍ବୋଧିତ କରିଛନ୍ତି । ଆଜି(ବୁଧବାର) ସକାଳ 6 ଟା 30 ସମୟରେ ସାଉଥ ବ୍ଲକଠାରେ ଆୟୋଜିତ ଏହି ବୈଠକର ପ୍ରତିରକ୍ଷା ମନ୍ତ୍ରୀ ଭର୍ଚୁଆଲରେ ଯୋଗ ଦେଇଥିଲେ । ଏଥିରେ ରାଜନାଥ ସିଂ ASEAN ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଅଞ୍ଚଳ ସମ୍ମୁଖୀନ ହେଉଥିବା ପ୍ରମୁଖ ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ଉପରେ ଭାରତର ମତାମତ ଉପସ୍ଥାପନ କରିଥିଲେ ।

ସେହିପରି ଆସନ୍ତାକାଲି(ଗୁରୁବାର) ହେବାକୁ ଥିବା ASEAN ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀଙ୍କ ADMM-Plus ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଭିଡିଓ କନଫରେନ୍ସିଂ ଯୋଗେ ଅଂଶଗ୍ରହଣ କରିବେ । ଗୁରୁବାର ସକାଳ ଏହି ବୈଠକ ବସିବ ।

ସୂଚନାଥାଉ କି, ADMM-Plus ହେଉଛି ଏକ 10 ASEAN ରାଷ୍ଟ୍ର ଏବଂ ଏହାର 8ଟି ସାଥୀ ରାଷ୍ଟ୍ର ଯଥା ଭାରତ, ଚୀନ, ଅଷ୍ଟ୍ରେଲିଆ, ଜାପାନ, ନ୍ୟୁଜଲ୍ୟାଣ୍ଡ, ରିପବ୍ଲିକ ଅଫ କୋରିଆ, ଋଷିଆ ଏବଂ ଆମେରିକା ଆଦି ଏହିସବୁ ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ବିକାଶ ନେଇ ସୁରକ୍ଷା ଓ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବା ପାଇଁ ଏକ ପ୍ଲାଟଫର୍ମ ।

@ANI

ABOUT THE AUTHOR

author-img

...view details