ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ, ସେନା କ୍ୟାମ୍ପରେ ପାଳିବେ ବିଜୟା ଦଶମୀ - ପ୍ରତିରକ୍ଷା ମନ୍ତ୍ରୀଙ୍କ ଉତ୍ତରାଖଣ୍ଡ ଗସ୍ତ

ଦୁଇ ଦିନିଆ ଉତ୍ତରାଣ୍ଡ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଫରଓ୍ବାର୍ଡ ବେସରେ ସୁରକ୍ଷା ସ୍ଥିତି କରିବେ ସମୀକ୍ଷା । ବଦ୍ରିନାଥ ଯାଇ କରିବେ ଦର୍ଶନ । ସେନା କ୍ୟାମ୍ପରେ ପାଳିବେ ବିଜୟା ଦଶମୀ । 5 ତାରିଖ ସଂଧ୍ୟାରେ ଫେରିବେ ଦିଲ୍ଲୀ । ଅଧିକ ପଢନ୍ତୁ

2 ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ରାଜନାଥ, ସେନାକ୍ୟାମ୍ପରେ ପାଳିବେ ବିଜୟା ଦଶମୀ
2 ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ରାଜନାଥ, ସେନାକ୍ୟାମ୍ପରେ ପାଳିବେ ବିଜୟା ଦଶମୀ

By

Published : Oct 4, 2022, 9:41 AM IST

ଡେରାଡୁନ: ଦୁଇ ଦିନିଆ ଉତ୍ତରାଖଣ୍ଡ ଗସ୍ତ କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି (ମଙ୍ଗଳବାର) ଅପରାହ୍ନରେ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଦେଶ ବିଜେପିର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ବାଗତ କରିବେ (Rajnath celebrate Dussehra with army personnel)। ଏହି ଦୁଇ ଦିନିଆ ଗସ୍ତରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ରାଜନାଥ । ବଦ୍ରିନାଥରେ ଦର୍ଶନ କରିବା ସହ ଭାରତୀୟ ସେନା ଓ ଆଇଟିବିପି କ୍ୟାମ୍ପରେ ସେ ବିଜୟାଦଶମୀ ମଧ୍ୟ ପାଳନ କରିବା ନେଇ ସୂଚନା ରହିଛି ।

ରାଜନାଥ ଆଜି ଅପରାହ୍ନ 3 ଟାରେ ବାୟୁସେନା ସ୍ବତନ୍ତ୍ର ବିମାନରେ ଜୋଲିଗ୍ରାଣ୍ଟ ବିମାନ ବନ୍ଦରରେ ଅବତରଣ କରିବେ । ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ସ୍ବାଗତ କାର୍ଯ୍ୟକ୍ରମ ସରିବା ପରେ ସେଠାରୁ ରାଜଧାନୀ ଡେରାଡୁନ ଗସ୍ତ କରିବା ସହ ପ୍ରତିରକ୍ଷା ମନ୍ତ୍ରଣାଳୟର କାର୍ଯ୍ୟକ୍ରମରେ ସାମିଲ ହେବେ । ପରେ ସେ ଆର୍ମି କ୍ୟାମ୍ପରେ ସେ ରାତ୍ରୀଯାପନ କରିବେ । ଆସନ୍ତାକାଲି (5 ଅକ୍ଟୋବର) ପୂର୍ବାହ୍ନରେ ରାଜନାଥ ବଦ୍ରିନାଥ ଧାମ ଗସ୍ତ କରି ପ୍ରଭୁ ବଦ୍ରିନାଥଙ୍କ ଦର୍ଶନ କରିବେ ।

ପରେ ସେଠାରୁ ଫେରି ଭାରତ-ଚୀନ ସୀମାନ୍ତ ଫରଓ୍ବାର୍ଡ ପୋଷ୍ଟରେ ସେନା କ୍ୟାମ୍ପ ପରିଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସମୀକ୍ଷା କରିବେ । ସେଠାରେ ଉପସ୍ଥିତ ଥିବା ସେନା ଓ ଆଇଟିବିପିର ବରିଷ୍ଠ ଅଧିକାରୀମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବର୍ତ୍ତମାନର ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବେ । କାର୍ଯ୍ୟକ୍ରମ ଶେଷ କରି ସେ ବିଳମ୍ବିତ ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଫେରିବାର କାର୍ଯ୍ୟସୂଚୀ ରହିଛି ।

ABOUT THE AUTHOR

...view details