ଡେରାଡୁନ:ଆସନ୍ତା ଅକ୍ଟୋବର ୨୪ରେ ଉତ୍ତରାଖଣ୍ତ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେଠାରେ ସେ ଶହୀଦ ସୁମନ ଯାତ୍ରାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କୁମାଓନରୁ ଏ ଯାତ୍ରାର ଶୁଭାରମ୍ଭ କରିବେ ରାଜନାଥ । ଉତ୍ତରାଖଣ୍ଡ ସୈନିକ କଲ୍ୟାଣ ମନ୍ତ୍ରୀ ଗଣେଶ ଯୋଶୀ ଶୁକ୍ରବାର ଦିନ ରାଜନାଥ ସିଂ ଏବଂ ଡିଫେନ୍ସ ଷ୍ଟାଫର ମୁଖ୍ୟ ଜେନେରାଲ ବିପିନ ରାଓ୍ବତଙ୍କୁ ଭେଟିଥିଲେ । ଉତ୍ତରାଖଣ୍ତ ନିର୍ବାଚନ ପୂର୍ବରୁ ଏ ଯାତ୍ରାର ଶୁଭାରମ୍ଭ କରାଯାଉଛି । ଏହା ମୋଦିଙ୍କ ଯୋଜନା ବୋଲି ସେ କହିଛନ୍ତି ।
ରାଜନୈତିକ ଫାଇଦା ପାଇଁ ବିଜେପି କିଛି କରେ ନାହିଁ । ଆମେ ଶହୀଦଙ୍କୁ ସମ୍ମାନ ଦେଉଛୁ । ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ତକୁ ଆସିବା ପରେ ରାଜ୍ୟର ପଞ୍ଚମ ଧାମ ବିଷୟରେ କହିଥିଲେ। କାରଣ ସୀମା ପରିଚାଳନା କରୁଥିବା ପ୍ରତ୍ୟେକ ସେନା ପଞ୍ଚମ ଧାମର ସଦସ୍ୟ । ଅକ୍ଟୋବର 21ରେ ଗରୱାଲରୁ ଶହୀଦ ସୁମନ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଅକ୍ଟୋବର 24ରେ କୁମାଓନରୁ ଏ ଯାତ୍ରାର ଶୁଭାରମ୍ଭ କରାଯିବ ।