ନୂଆଦିିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନେଇ ସମୟ ଯେତିକି ପାଖଉଛି, ଜାତୀୟ ସ୍ତରରେ ରାଜନୀତି ମଧ୍ୟ ସେତିକି ଜୋର ଧରିବାରେ ଲାଗିଛି । ଆଜି ମମତା ବାନାର୍ଜୀଙ୍କ ଆହ୍ବାନକ୍ରମେ 18 ବିରୋଧୀ ଦଳ ଦିଲ୍ଲୀରେ ଏକାଠି ହୋଇ ଆଲୋଚନା କରିଛନ୍ତି । ବୈଠକର କିଛି ସମୟ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ନେଇ ଏକାଧିକ ବିରୋଧୀଙ୍କ ସହ ଆଲୋଚନା କରିଛନ୍ତି ।
ବିରୋଧୀ ମେଳିର ନେତୃତ୍ବ ନେଇଥିବା ମମତା ବାନାର୍ଜୀଙ୍କ ସମେତ, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ସହ କଥା ହୋଇଛନ୍ତି ରାଜନାଥ । ବିଜେପି ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ନେଇ ବିରୋଧୀ ସମେତ ଅନ୍ୟ ଦଳଙ୍କ ସହ କଥା ହେବାକୁ ଦଳ ମୁଖ୍ୟ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦାୟିତ୍ବ ଦିଆଯାଇଛି ।