ଓଡିଶା

odisha

By

Published : Aug 29, 2021, 10:36 PM IST

ETV Bharat / bharat

'ଆଫଗାନିସ୍ତାନରେ ବଦଳିଥିବା ସମୀକରଣ ଭାରତ ପାଇଁ ଆହ୍ବାନ'

ଆଫଗାନିସ୍ତାନ ଶାସନରେ ବଦଳିଥିବା ସମୀକରଣ ଭାରତ ପାଇଁ ଆହ୍ବାନ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ...

Rajnath singh on taliban take over in afganisthan
'ଆଫଗାନିସ୍ତାନରେ ବଦଳିଥିବା ସମୀକରଣ ଭାରତ ପାଇଁ ଚ୍ୟାଲେଞ୍ଜ'

ଚେନ୍ନାଇ:ଆଫଗାନିସ୍ତାନ ଶାସନରେ ବଦଳିଥିବା ସମୀକରଣ ଭାରତ ପାଇଁ ଆହ୍ବାନ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହାକୁ ନେଇ ଭାରତ ତାର ରଣନୀତିରେ ପରିବର୍ତ୍ତନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବ ବୋଲି ରକ୍ଷାମନ୍ତ୍ରୀ କହିଛନ୍ତି।

ତାମିଲନାଡୁର ଚେନ୍ନାଇରେ 'ଡିଫେନ୍ସ ସର୍ଭିସେସ ଏବଂ ଷ୍ଟାଫ କଲେଜ'ର ଅଧିକାରୀଙ୍କୁ ସମ୍ବୋଧିତ କରିବା ଅବସରରେ ରାଜନାଥ ସିଂ କହିଛନ୍ତି ଯେ ଭାରତ ତାର ସାମରିକ ରଣନୀତିରେ ପରିବର୍ତ୍ତନ କରିବା ପାଇଁ ଆବଶ୍ୟକତା ପଡିଛି । ଆଫଗାନିସ୍ତାନରେ ବଦଳିଥିବା ଶାସନ ଆମ ପାଇଁ ବେଶ ଚ୍ୟାଲେଞ୍ଜ ହୋଇଛି । ଏଭଳି ପରିସ୍ଥିତିରେ ଦେଶର ସାମରିକ ରଣନୀତିରେ ପୁନର୍ବିଚାର କରିବା ପାଇଁ ବାଧ୍ୟ କରିଛି। ଆମେ ଆମର ରଣନୀତିର ପରିବର୍ତ୍ତିନ କରିବୁ ଏବଂ କ୍ବାର୍ଡ ଗଠନ କରାଯିବ। ଚତୁଃରାଷ୍ଟ୍ରୀୟ ସୁରକ୍ଷା ବାର୍ତ୍ତା ପାଇଁ କ୍ବାଡ ଗଠନ କରାଯିବ । ଏହି କ୍ବାଡରେ ସାମିଲ ହେବେ ଭାରତ, ଆମେରିକା, ଜାପାନ ସମେତ ଅଷ୍ଟ୍ରେଲିଆ ।

ଆହୁରି ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଆମ ଦେଶ ସ୍ବାଧୀନ ହୋଇଛି । ବିଭିନ୍ନ ସମୟରେ ଶତ୍ରୁଦେଶ ଦେଶରେ ଅରାଜକତା ଅସ୍ଥିରତା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି । ଗତ ୭୫ ବର୍ଷ ମଧ୍ୟରେ ଦେଶ ସମସ୍ତ ସଂଘର୍ଷକୁ ସଫଳତା ସହିତ ସାମନା କରିଛି ।

ସୂଚନାଥାଉ କି ଆଫଗାନିସ୍ତାନକୁ ଆତଙ୍କବାଦୀ ସଂଗଠନ ତାଲିବାନ ଦଖଲ କରିନେଇଛି । ତାଲିବାନ ଦଖଲ କରିନେବା ପରେ ଆଫଗାନିସ୍ତାନରେ ଘୋର ଅରାଜକତା ଦେଖାଦେବା ସହ ଆଫଗାନବାସୀ ଦେଶ ଛାଡି ପଳାଉଛନ୍ତି । ତାଲିବାନର ଏକଛତ୍ରବାଦ ଓ କୃରତା ଯୋଗୁଁ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଆଫଗାନିସ୍ତାନର ତାଲିବାନ ଦଖଲ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଲିବାନକୁ ସମର୍ଥନ କରି ବୟାନ ଦେଇଛନ୍ତି । ଆଫଗାନିସ୍ତାନରେ ତାଲିବାନ ଶାସନ କ୍ଷମତା ଅକ୍ତିଆର କରିବା ପରେ ସାରା ବିଶ୍ବରେ ଆତଙ୍କର ମାହୋଲ ଦେଖାଦେଇଛି । ବର୍ତ୍ତମାନ ମଧ୍ୟ ଆଫଗାନିସ୍ତାନର ପରିସ୍ଥିତି ଗମ୍ଭୀର ରହିଛି । କାବୁଲ ଏୟାରପୋର୍ଟରେ ବିସ୍ଫୋରଣ ହେବା ସହ ଚାରିଆଡେ ଅରାଜକତା ଦେଖାଦେଇଛି ।

ABOUT THE AUTHOR

...view details