ମୁମ୍ବାଇ:ଆହୁରି ଶକ୍ତିଶାଳୀ ହେବ ନୌସେନା । ଭାରତର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ 2ଟି ଯୁଦ୍ଧବିମାନ ନୌସେନାରେ ସାମିଲ ହୋଇଛି । ଆଇଏନଏସ ଉଦୟଗିରି ଓ ଆଇଏନଏସ ସୁରଟ ଯୁଦ୍ଧବିମାନକୁ ନୌସେନାରେ ସାମିଲ କରାଯାଇଛି । ମୁମ୍ବାଇର ମାଜଗାଓଁ ଡକରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଉଦଘାଟନ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।
ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ମାଜଗାଓଁ ଡକୟାର୍ଡ ଲିମିଟେଡରେ ଭଭୟ ଯୁଦ୍ଧଜାହାଜ ନିର୍ମାଣ ହୋଇଛି । ଆଇଏନଏସ ସୁରଟ ପ୍ରୋଜେକ୍ଟ 15-ବି ଡେଷ୍ଟ୍ରୟର ଏବଂ ଆଇଏନଏସ ଉଦୟଗିରି ହେଉଛି ପ୍ରୋଜେକ୍ଟ 17-ଏ ଫ୍ରିଗେଟ । ଡିଏନଡି (Directorate of Naval Design) ପକ୍ଷରୁ ଏହି ଦୁଇ ଯୁଦ୍ଧଜାହାଜର ଡିଜାଇନ ପ୍ରସ୍ତୁତ କରାଯାଇଥିଲା ।