ଓ୍ବାଶିଂଟନ: ଆଜି ଠରୁ ଆରମ୍ଭ ହେଉଛି ଭାରତ- ଆମେରିକା ମନ୍ତ୍ରୀସ୍ତରୀୟ ଆଲୋଚନା (2+2 ministerial dialogue) ଏହି ସମ୍ମିଳନୀରେ ଭାରତକୁ ପ୍ରତିନିଧିତ୍ବ କରୁଥିବା ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଆମେରିକାରେ ପହଞ୍ଚିଛନ୍ତି । ବାଇଡେନଙ୍କ କାର୍ଯ୍ୟକାଳରେ ଭାରତ ଓ ଆମେରିକା ମଧ୍ୟରେ ଏହା ପ୍ରଥମ ଥର ମନ୍ତ୍ରୀସ୍ତରୀୟ ଆଲୋଚନା ହେବାକୁ ଯାଉଛି ।
ଭାରତକୁ ପ୍ରତିନିଧିତ୍ବ କରୁଥିବା ଦୁଇ ମନ୍ତ୍ରୀ ରାଜନାଥ ସିଂ ଏବଂ ଜୟଶଙ୍କର ସେମାନଙ୍କ ଆମେରିକୀୟ ପ୍ରତିପକ୍ଷ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ଏବଂ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିବେ । ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ଦ୍ବିପାକ୍ଷିକ ସମ୍ପର୍କ ଓ ସହଭାଗୀତାକୁ ବୃଦ୍ଧି କରିବା ଦିଗରେ ଆଲୋଚନ ଓ ମତ ବିନିମୟ ହେବ । ପରେ ସମସ୍ତ 4 ନେତା ହ୍ବାଇଟ ହାଉସରେ ପହଞ୍ଚିବା ସହ ମୋଦି-ବାଇଡେନ ଭର୍ଚ୍ଚୁଆଲ ମିଟିଂରେ ମଧ୍ୟ ସାମିଲ ହେବେ ।