ଓଡିଶା

odisha

By

Published : Jun 13, 2021, 12:49 PM IST

Updated : Jun 13, 2021, 2:54 PM IST

ETV Bharat / bharat

IDEX ଓ DIO ପାଇଁ 498.8 କୋଟିର ଆର୍ଥିକ ସହାୟତା ମଞ୍ଜୁର

ଆଗାମୀ ପାଞ୍ଚ ବର୍ଷ ପାଇଁ ଡିଫେନ୍ସ ଏକ୍ସଲେନ୍ସି ପାଇଁ 498.8 କୋଟି ଟଙ୍କା ବଜେଟ ସହୟତା ଅନୁମୋଦନ କରଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ...

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ:ଡିଫେନ୍ସ ଏକ୍ସଲେନ୍ସି ପାଇଁ 498.8 କୋଟି ଟଙ୍କା ବଜେଟ ସହୟତା ଅନୁମୋଦନ କରଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଏହି ବଜେଟ ସହାୟତା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତକୁ ଏକ ଉତ୍ସାହ ପ୍ରଦାନ କରିବ । ଆଗାମୀ ପାଞ୍ଚ ବର୍ଷ ପାଇଁ ଏହା ଆର୍ଥିକ ସହାୟତା ପ୍ରଦାନ କରିବ ।

ଦେଶର ପ୍ରତିରକ୍ଷା ଏବଂ ଏରୋସ୍ପେସ୍ କ୍ଷେତ୍ରରେ ଡିଫେନ୍ସ ଇନୋଭେସନ ଅରଗାନାଇଜେସନ (DIO) ଆତ୍ମନିର୍ଭରଶୀଳତା ଓ ସ୍ବଦେଶୀକରଣର ମୂଳ ଉଦ୍ଦେଶ୍ୟ ବୋଲି ପ୍ରେସ ଦ୍ବାରା ଜାରି ହୋଇଥିବା ବିବୃତ୍ତିରୁ ଜଣାପଡିଛି । ଇନୋଭେସନ ଫର ଡିଫେନ୍ସ ଏକ୍ସଲେନ୍ସ(IDEX)ର ସୃଷ୍ଟି ଦ୍ବାରା ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଏକ ଇକୋସିଷ୍ଟମ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏମଏସଏମଇ, ଷ୍ଟାର୍ଟ ଅପ, ବ୍ୟକ୍ତିଗତ ଉଦ୍ଭାବକ ସହିତ ଶିଳ୍ପକୁ ଜଡିତ କରି ଅନୁସନ୍ଧାନ ଏବଂ ବିକାଶ (R&D) ପ୍ରତିଷ୍ଠାନ ଏବଂ ଏକାଡେମୀ ଏବଂ ସେମାନଙ୍କୁ ଅନୁଦାନ / ପାଣ୍ଠି ଅନ୍ୟାନ୍ୟ ସହାୟତା ପ୍ରଦାନ କରିବ ଯାହା ଭାରତୀୟ ପ୍ରତିରକ୍ଷା ଏବଂ ଏରୋସ୍ପେସ୍ ଆବଶ୍ୟକତା ପାଇଁ ଭବିଷ୍ୟତରେ ଗ୍ରହଣ କରିବାର ସମ୍ଭାବନା ରହିଛି ।

ଏହି ଯୋଜନା ପାଖାପଖି 300ଷ୍ଟାର୍ଟଅପ, MSME, ବ୍ୟକ୍ତିଗତ ଉଦ୍ଭାବକ ଏବଂ ଡିଆଇଓ ଢାଞ୍ଚାରେ 20 ସହଭାଗୀଙ୍କୁ ଆର୍ଥିକ ସହୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହିତ ଏହା ଭାରତୀୟ ପ୍ରତିରକ୍ଷା ଏବଂ ଏରୋସ୍ପେସ୍ କ୍ଷେତ୍ର ପାଇଁ ନୂତନ, ସ୍ବଦେଶୀ ତଥା ଅଭିନବ ପ୍ରଯୁକ୍ତିର ଦ୍ରୁତ ବିକାଶକୁ ସହଜ କରିବାକୁ ଲକ୍ଷ୍ୟ ରଖିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jun 13, 2021, 2:54 PM IST

ABOUT THE AUTHOR

...view details