ନୂଆଦିଲ୍ଲୀ: ଆଜି (ରବିବାର) ମୁଖ୍ୟ ନିର୍ବାଚନ କମିଶନର (New Chief Election Commissioner) ଭାବେ ଦାୟିତ୍ବ ନେବେ ରାଜୀବ କୁମାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜୀବ କୁମାରଙ୍କୁ ଏହି ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି । ଆଜି ସିଇସି ଭାବେ ଦାୟିତ୍ବ ଗ୍ରହଣ କରିବେ ରାଜୀବ କୁମାର । ଗତକାଲି (ଶନିବାର) ଅବସର ନେଇଛନ୍ତି ସୁଶୀଲ ଚନ୍ଦ୍ରା ।
ବିହାର ଝାଡଖଣ୍ଡ କ୍ୟାଡର 1984 ବ୍ୟାଚ ଆଇଏସ ଅଧିକାରୀ ରାଜୀବ କୁମାର 2022 ମେ 15ରୁ 2025 ଫେବୃଆରୀ 18 ଯାଏଁ ମୁଖ୍ୟ ନିର୍ବାଚନ କମିଶନର ପଦ ସମ୍ଭାଳିବେ । ସମ୍ବିଧାନ ଅନୁସାରେ କମିଶନରଙ୍କ କାର୍ଯ୍ୟକାଳ 6 ବର୍ଷ କିମ୍ବା 65 ବର୍ଷ ବୟସ ପର୍ଯ୍ୟନ୍ତ ପରିପାରିବେ । ସମ୍ବିଧାନ ଧାରା 324ର ଖଣ୍ଡ (2) ଆଧାରରେ ରାଜୀବ କୁମାରଙ୍କୁ ରାଷ୍ଟ୍ରପତି ସିଇସି ଭାବେ ନିଯୁକ୍ତି କରିଛନ୍ତି ।