ଓଡିଶା

odisha

ମୁଁ ଦୋଷୀ, ଗାନ୍ଧୀ ପରିବାରକୁ ଭେଟିବାର ଯୋଜନା ନାହିଁ: ନଳିନୀ ଶ୍ରୀହନ

By

Published : Nov 14, 2022, 9:16 AM IST

ରାଜୀନ ଗାନ୍ଧୀଙ୍କୁ ହତ୍ୟା ଘଟଣାରେ ଜେଲରୁ ମୁକୁଳିବାପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଦୋଷୀ ନଳିନୀ ଶ୍ରୀହନ ପରିବାର ସହ ଏକ ନୂଆ ଜୀବନ ଆରମ୍ଭ କରିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ଜେଲରୁ ମୁକୁଳିବା ପରେ ପରିବାର ନୂଆ ଜୀବନ ଆରମ୍ଭ କରିବି କହିଲେ ନଳିନୀ
ଜେଲରୁ ମୁକୁଳିବା ପରେ ପରିବାର ନୂଆ ଜୀବନ ଆରମ୍ଭ କରିବି କହିଲେ ନଳିନୀ

ନୂଆଦିଲ୍ଲୀ:1991 ମସିହା ମଇ 31 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣା ଦେଶକୁ ସ୍ତବ୍ଧ କରି ଦେଇଥିଲା । ହତ୍ୟା ଘଟଣାରେ ନଭେମ୍ବର 11 ତାରିଖରେ ଅବଶିଷ୍ଟ 6 ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଜେଲ୍‌ରୁ ସମସ୍ତ 6 ଦୋଷୀଙ୍କ ସମେତ ନଳିନୀ ଶ୍ରୀହନ ମଧ୍ୟ ମୁକୁଳିଥିଲେ । ତାଙ୍କୁ ଦେଖିବାକୁ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ମୁକ୍ତ ହେବା ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନଳିନୀ କହିଛନ୍ତି ବାକି ଜୀବନ ପରିବାର ସହ କାଟିବି । 32 ପରେ ପରିବାର ସହ ନୂଆ ଜୀବନ ଆରମ୍ଭ କରିବି ବୋଲି କହିଛନ୍ତି ନଳିନୀ ।

ଜେଲରୁ ମୁକୁଳିବା ପରେ ପରିବାର ନୂଆ ଜୀବନ ଆରମ୍ଭ କରିବି କହିଲେ ନଳିନୀ

ନଳିନୀ ଜେଲ୍‌ରୁ ମୁକୁଳିବା ପରେ ଗଣମାଧ୍ୟମ ଆଗରେ ସେଦିନ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ରାଜୀବ ଗାନ୍ଧୀଙ୍କ ହତ୍ୟାକୁ ନେଇ ସେ ଦୀର୍ଘ ୩୧ ବର୍ଷ ହେବ ଜେଲ୍‌ରେ ଅନୁତାପ କରୁଥିବା କଥା କହିଛନ୍ତି । ସେ ଆହୁରି କହିଛନ୍ତି, ''ଏହି ଘଟଣା ପରେ ମୁଁ ଜେଲ୍‌ ଚାଲିଗଲି । ଏହା ମଧ୍ୟରେ 32 ବର୍ଷ ବିତିଯାଇଛି । ଏହି 32 ବର୍ଷ ମଧ୍ୟରେ ନିଜର ଅନେକ ପରିଜନଙ୍କୁ ହରାଇ ସାରିଛି । ଏବେ ସ୍ୱାମୀ ଓ ପରିବାର ସହ ବାକି ଜୀବନ କାଟିବି । ମୋ ପରିବାର ମୋ ପାଇଁ ଅପେକ୍ଷା କରିଛନ୍ତି । ମୋତେ ମୁକ୍ତ କରିଥିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ।''

ଗାନ୍ଧୀ ପରିବାରଙ୍କୁ ଭେଟିବେ କି ବୋଲି ପ୍ରଶ୍ନର ଉତ୍ତରରେ ନଳିନୀ କହିଛନ୍ତି, ''ସେପରି କିଛି ଯୋଜନା ନାହିଁ । ମୋ ସ୍ବାମୀ ଯେଉଁଠାକୁ ଯିବେ ମୁଁ ତାଙ୍କ ସହ ଯିବି । 32 ବର୍ଷ ହେବ ଆମେ ଅଲଗା ଥିଲୁ । ଏବେ ମୋ ପରିବାର ମୋତେ ଅପେକ୍ଷା କରିଛନ୍ତି । ଗାନ୍ଧୀ ପରିବାରର କୌଣସି ବ୍ୟକ୍ତିଙ୍କୁ ଭେଟିବାର ଯୋଜନା ନାହିଁ ।'' ଘଟଣା ସମୟରେ ଯେବେ ନଳିନୀଙ୍କୁ ଜେଲ ଦଣ୍ଡାଦେଶ ହେଲା ସେବେ ସେ 2 ମାସର ଗର୍ଭବତୀ ଥିଲେ । ସେହି ସମୟରେ ସୋନିଆ ଗାନ୍ଧୀ ତାଙ୍କୁ କ୍ଷମା କରି ଦେଇଥିବା ଜଣାପଡିଥିଲା ।

ଏହା ବି ପଢନ୍ତୁ...Rajiv Gandhi assassination: ଜେଲରୁ ମୁକ୍ତ ହେଲେ ଅନ୍ୟତମ ଦୋଷୀ ନଳୀନି ଶ୍ରୀହରନ

୧୯୯୧ ମସିହାରେ ତାମିଲନାଡୁରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଆତ୍ମଘାତି ବୋମା ବିସ୍ଫୋରଣ କରି ହତ୍ୟା କରାଯାଇଥଲା । ଏଥିରେ 16 ଜଣଙ୍କର ମୃତ୍ୟୁ ହୋଇଥିଲା ଯାହା ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା । ଏହି ମାମଲାରେ ନଳିନୀଙ୍କ ସମେତ ଅନ୍ୟ ୫ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଥିଲେ । ହେଲେ ଦୀର୍ଘ ୩୧ ବର୍ଷ ପରେ ସେମାନଙ୍କ ଆଚରଣକୁ ଦୃଷ୍ଟିରେ ରଖି କୋର୍ଟ ସେମାନଙ୍କୁ ଛାଡିଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଶନିବାର ନଳୀନିଙ୍କ ସମେତ ଅନ୍ୟ ୫ ଜଣ ଜେଲ୍‌ରୁ ମୁକୁଳିଥିଲେ । ପୂର୍ବରୁ ଅନ୍ୟଜଣେ ଦୋଷୀ ଏଜି ପେରାରିବଲନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ABOUT THE AUTHOR

...view details