ଓଡିଶା

odisha

Rajiv Gandhi Assassination Case: 6 ଦୋଷୀଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

By

Published : Nov 11, 2022, 1:59 PM IST

Updated : Nov 11, 2022, 3:53 PM IST

ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଜେଲରୁ ମୁକୁଳିବେ ଦୋଷୀ ସାବ୍ୟସ୍ତ ହୋଇ ସଜା ଭୋଗୁଥିବା ୬ଜଣ ଦୋଷୀ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ଜେଲରୁ ମୁକୁଳିବେ ୬ଜଣ ଦେଷୀ
ଜେଲରୁ ମୁକୁଳିବେ ୬ଜଣ ଦେଷୀ

ନୂଆଦିଲ୍ଲୀ:ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ (Rajiv Gandhi Assassination case) ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ଜେଲରୁ ମୁକୁଳିବେ ଦୋଷୀ ସାବ୍ୟସ୍ତ ହୋଇ ସଜା ଭୋଗୁଥିବା ୬ଜଣ ଦୋଷୀ । ସଜା ଭୋଗୁଥିବା ନଳିନୀ ଶ୍ରୀହରନ ଏବଂ ଆର ପି ରବିଚନ୍ଦ୍ରନଙ୍କୁ ଖସାଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସଜା କାଟିବା ସମୟ ଶେଷ ହେବା ପୂର୍ବରୁ ଖଲାସ କରିବା ପାଇଁ ସେମାନେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: Article 142: ସମ୍ବିଧାନର ସ୍ବତନ୍ତ୍ର ଅନୁଚ୍ଛେଦ, ଯାହାକୁ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ବ୍ୟବହାର କଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ କହିଛନ୍ତି, "ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା ଭୋଗୁଥିବା ଦୋଷୀମାନଙ୍କ ବିରୋଧରେ ଅନ୍ୟ କୌଣସି ଅପରାଧିକ ମାମଲା ନାହିଁ । ତେଣୁ ସେମାନଙ୍କୁ ଖଲାସ କରିଦେବା ଉଚିତ । ଏହି ମାମଲାରେ ରାଜ୍ୟପାଳ କୌଣସି ପଦକ୍ଷେପ ନନେବା କାରଣରୁ ଆମକୁ ଆଗୁଆ ପଦକ୍ଷେପ ନେବାକୁ ପଡିଲା । ପେରିଭାଲାନଙ୍କୁ ଦିଆଯାଇଥିବା ମୁକ୍ତି ଏବେ ସମସ୍ତ ଦୋଷୀଙ୍କ ପାଇଁ ଲାଗୁ କରାଯିବ ।"

ଏମାନେ ଜେଲରୁ ମୁକ୍ତି ପାଇବେ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ନଳିନୀ ଶ୍ରୀହରନ, ଆର ପି ରବିଚନ୍ଦ୍ରନ, ମୁର୍ଗନ, ସଂଥନ, ଜୟକୁମାର ଏବଂ ରୋବର୍ଟ ପାଁଏସକୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଏ.ଜି ପେରିଭାଲାନଙ୍କୁ ମୁକ୍ତ କରାଯାଇଥିଲା । ମେ ୧୮ ତାରଖରେ 142 ଅନୁଯାୟୀ ଏ.ଜି ପେରିଭାଲାନଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦଶ ଦିଆଯାଇଥିଲା ।

କେମିତି ହୋଇଥିଲା ରାଜୀବ ଗାନ୍ଧୀଙ୍କ ହତ୍ୟା ?

୧୯୯୧ ମସିହା ମେ ୩୧ ତାରିଖ ଦିନ ତାମିଲନାଡୁର ଏକ ରାଜନୈତିକ ସଭାରେ ଧନୁନାମକ ମହିଳା ଆତ୍ମଘାତି ବିସ୍ଫୋରଣ ଦ୍ବାରା ହତ୍ୟା କରାଯାଇଥିଲା । ଏହି ମାମଲାରେ ପେରିଭାଲାନ ସମେତ ୭ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ରାଜୀବ ଗାନ୍ଧୀଙ୍କୁ ହତ୍ୟା ବେଳେ ପେରାରିଭାଲାନଙ୍କୁ ୧୯ ବର୍ଷ ହୋଇଥିଲା । ରାଜୀବଙ୍କ ହତ୍ୟା ଷଡ଼ଯନ୍ତ୍ରର ଅନ୍ୟତମ ଖଳନାୟକ ଥିଲେ ପେରାରିଭାଲାନ ।

୧୯୯୮ରେ ଆତଙ୍କବାଦୀ ନିରୋଧୀ କୋର୍ଟରେ ପେରାରିଭାଲାନ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ଏହାର ପରବର୍ଷ ସୁପ୍ରିମକୋର୍ଟ ତଳକୋର୍ଟର ରାୟକୁ କାଏମ ରଖିଥିଲେ । ତେବେ ୨୦୧୪ରେ ତାଙ୍କ ଫାଶୀ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।ଚଳିତ ବର୍ଷ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ । ଏହା ପରେ ଜେଲରୁ ମୁକୁଳିବା ପାଇଁ ପେରାରିଭାଲାନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଜଷ୍ଟିସ୍ ଏଲ୍ ନାଗେଶ୍ବର ରାଓଙ୍କ ଖଣ୍ଡପୀଠରେ ଧାରା 142 ଆଧାରରେ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 11, 2022, 3:53 PM IST

ABOUT THE AUTHOR

...view details