ଓଡିଶା

odisha

ETV Bharat / bharat

ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରଜନୀକାନ୍ତ

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ଫଟୋ ପୋଷ୍ଟ କରିବା ସହ ବେଶ ଖୁସିଥିବା ନେଇ ସୋସିଆଲ ମିଡିଆରେ ଦେଲେ ସୂଚନା । ଅଧିକ ପଢନ୍ତୁ...

By

Published : Oct 27, 2021, 6:22 PM IST

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରଜନୀକାନ୍ତ
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରଜନୀକାନ୍ତ

ନୂଆଦିଲ୍ଲୀ: ନିକଟରେ ଅଭିନୟରେ ଉଲ୍ଲେଖନୀୟ ଅବଦାନ ପାଇଁ ସର୍ବୋଚ୍ଚ ସମ୍ମାନଜନକ ’ଦାଦାସାହେବ ଫାଲକେ’ ପୁରସ୍କାରରେ ସମ୍ମାନିତ ହୋଇଥିବା ସୁପରଷ୍ଟାର ରଜନୀକାନ୍ତ ଆଜି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ରଜନୀକାନ୍ତ ଆଜି ଦିଲ୍ଲୀରେ ରାଷ୍ଟ୍ରପତି ଭାବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ଜଣାପଡିଛି । ଏହି ସାକ୍ଷାତକାରରେ ରଜନୀକାନ୍ତଙ୍କ ପତ୍ନୀ ଲତା ମଧ୍ୟ ସାମିଲ ହୋଇଥିଲେ । ଏନେଇ ରଜନୀକାନ୍ତ ଟ୍ବିଟରରେ ଉଭୟଙ୍କ ସହ ଫଟୋ ପୋଷ୍ଟ କରିବା ସହ ଏହା ଏକ ଆନନ୍ଦଦାୟକ ସାକ୍ଷାତକାର ବୋଲି କହିଛନ୍ତି ।

ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରଜନୀକାନ୍ତ
ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରଜନୀକାନ୍ତ

ଗତ ସୋମବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରଜନୀକାନ୍ତଙ୍କୁ 51ତମ ‘ଦାଦାସାହେବ ଫାଲକେ’ ପୁରସ୍କାର ପ୍ରଦାନ କରାଯାଇଥିଲା । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଠାରୁ ସୁପରଷ୍ଟାର ରଜନୀକାନ୍ତ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ । ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରଜନୀକାନ୍ତ

@ANI

ABOUT THE AUTHOR

...view details