ଚେନ୍ନାଇ:ରାଜନୀତିକୁ ବାଏ ବାଏ କହିଛନ୍ତି ସୁପରଷ୍ଟାର ରଜନୀକାନ୍ତ । ଭବିଷ୍ୟତରେ ଆଉ କେବେ ବି ରାଜନୀତିକୁ ଫେରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ସାଉଥ ସୁପରଷ୍ଟାର । ଏ ନେଇ ଆଗକୁ କିଛି ଯୋଜନା ନାହିଁ ବୋଲି ସଫା ସଫା କହିଛନ୍ତି ରଜନୀକାନ୍ତ । ସେ ତାଙ୍କ ନିଜ ଦଳ ରଜନୀ ମକ୍କଲ ମନ୍ଦ୍ରମକୁ ଭାଙ୍ଗି ଦେଇଛନ୍ତି ।
ତାଙ୍କ ଦଳୀୟ କର୍ମୀ ବର୍ତ୍ତମାନ ତାଙ୍କ ଫ୍ୟାନ କ୍ଲବରେ ସାମିଲ ହେବେ । ଗଠିତ ସଂଗଠନ ବର୍ତ୍ତମାନ ରଜନୀ ରସିଗର ନରପାନି ମନ୍ଦରାମ ନାମରେ ଜନସାଧାରଣଙ୍କ ମଙ୍ଗଳ ପାଇଁ କାମ କରିବ। । ଜନସେବାରେ ସମର୍ପିତ ହେବ ରଜନୀଙ୍କ ଦଳ । ପାର୍ଟି କାର୍ଯ୍ୟାଳୟରେ କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ରଜନୀକାନ୍ତ ତାଙ୍କ ପ୍ରଶଂସକଙ୍କ ସହ ଏକ ବୈଠକ ମଧ୍ୟ କରିଛନ୍ତି ।