ଓଡିଶା

odisha

ETV Bharat / bharat

ଟିଏମସି ଛାଡିବା ପରେ ରାଜୀବଙ୍କୁ ମମତା ଭୟ, ସୁରକ୍ଷା ବଢାଇଲା କେନ୍ଦ୍ର - ଟିଏମସି ବିଧାୟକ ରାଜୀବ ବାନାର୍ଜୀ

ପୂର୍ବତନ ଟିଏମସି ବିଧାୟକ ରାଜୀବ ବାନାର୍ଜୀଙ୍କ ସୁରକ୍ଷା। ଏହି ବିଧାୟକ ଜଣକ ବିଜେପିରେ ସାମିଲ ହେବା ପରେ ପଶ୍ଚିମବଙ୍ଗରେ ତାଙ୍କୁ ‘Z’ କାଟାଗୋରୀର ସୁରକ୍ଷା ପ୍ରଦାନ କରାଯାଇଛି। ଅଧିକ ପଢନ୍ତୁ...

ଟିଏମସି ଛାଡିବା ପରେ ରାଜୀବଙ୍କୁ ମମତା ଭୟ, ସୁରକ୍ଷା ବଢାଇଲା କେନ୍ଦ୍ର
ଟିଏମସି ଛାଡିବା ପରେ ରାଜୀବଙ୍କୁ ମମତା ଭୟ, ସୁରକ୍ଷା ବଢାଇଲା କେନ୍ଦ୍ର

By

Published : Feb 2, 2021, 8:37 AM IST

କୋଲକାତା:ବଢିଲା ପଶ୍ଚିମବଙ୍ଗର ପୂର୍ବତନ ଟିଏମସି ବିଧାୟକ ରାଜୀବ ବାନାର୍ଜୀଙ୍କ ସୁରକ୍ଷା। ଏହି ବିଧାୟକ ଜଣକ ବିଜେପିରେ ସାମିଲ ହେବା ପରେ ପଶ୍ଚିମବଙ୍ଗରେ ତାଙ୍କୁ ‘Z’ କାଟାଗୋରୀର ସୁରକ୍ଷା ପ୍ରଦାନ କରାଯାଇଛି। ସେହିପରି ପୁରା ଦେଶରେ ବିଧାୟକଙ୍କୁ ‘Y+’ ସିକ୍ୟୁରିଟି ଯୋଗାଇ ଦିଆଯିବା ନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ତେବେ ଗତ ସପ୍ତାହରେ ବିଧାୟକ ଜଣକ ପଶ୍ଚିମବଙ୍ଗର ଶାସକ ଟିଏମସି ଦଳରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଥିଲେ। ଏହାସହ ଗତ ଦୁଇଦିନ ତଳେ 4 ଜଣ ଟିଏମସି ନେତା ପ୍ରବୀର ଘୋଷାଲ, ବୈଶାଲୀ ଡାଲମିଆ,ହୱାର ମେୟର ରାଥିନ ଚକ୍ରବର୍ତ୍ତୀ ଓ ଅଭିନେତ୍ରୀ ରୁଦ୍ରାନୀଲ ଘୋଷ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ପହଁଞ୍ଚି ବିଜେପିରେ ସାମିଲ ହୋଇଛନ୍ତି। ଡିସେମ୍ବର 2020ରେ ବେଙ୍ଗାଲୁରରେ ବିଜେପି ନେତାଙ୍କ ଗାଡି ଉପରେ ଆକ୍ରମଣ ହେବା ପରେ ବିଜେପିରେ ଯୋଗ ଦେଉଥିବା ସମସ୍ତ ବିଧାୟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

ଏହାପୂର୍ବରୁ ଡିସେମ୍ବର 19 ରେ ରାଜନୈତିକ ହେଭିୱେଟ୍ ଶୁଭେନ୍ଦୁ ଅଧିକାରୀ, 35 ଦଳର ନେତାଙ୍କ ସହ ମେଦିନପୁରରେ ଅମିତ ଶାହାଙ୍କ ରାଲିରେ ବିଜେପିରେ ଯୋଗ ଦେଇଥିଲେ। ଏହାପରେ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ‘Z’ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଏହାସହ ଅନ୍ୟ ରାଜ୍ୟରେ ତାଙ୍କୁ ’Y’ ପ୍ଲସର ସୁରକ୍ଷା ମିଳିବ ବୋଲି ଗୃହମନ୍ତ୍ରଣାଳୟ କହିଛି ।

ABOUT THE AUTHOR

...view details