ଓଡିଶା

odisha

ETV Bharat / bharat

Rajendra Gudha controversial statement: କହିଲେ କ୍ୟାଟ୍ରିନାଙ୍କ ଗାଲ ପରି ହେବ ରାସ୍ତା

ବିବାଦରେ ରାଜସ୍ଥାନର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହୋଇଥିବା ରାଜେନ୍ଦ୍ର ଗୁଡ୍ଡା (Rajasthan minister Rajendra Gudha) । ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଦେଲେ ବିବାଦୀୟ ବୟାନ । ଭିଡିଓ ଭାଇରାଲ ହେବା ପରେ ବଢୁଛି ସମାଲୋଚନା । ଅଧିକ ପଢନ୍ତୁ

rajasthan minister rajendra gudha controversial statement : କହିଲେ କ୍ୟାଟ୍ରିନାଙ୍କ ଗାଲ ପରି ହେବ ରାସ୍ତା
rajasthan minister rajendra gudha controversial statement : କହିଲେ କ୍ୟାଟ୍ରିନାଙ୍କ ଗାଲ ପରି ହେବ ରାସ୍ତା

By

Published : Nov 24, 2021, 10:29 PM IST

ଜୟପୁର: ଗୋଟିଏ ପଟେ ମହିଳାଙ୍କ ପ୍ରତି ଅପରାଧ ମାମଲାରେ ରାଜସ୍ଥାନ ଶୀର୍ଷରେ ରହିଥିବାବେଳେ ଅନ୍ୟପଟେ ରାଜ୍ୟର ମନ୍ତ୍ରୀମାନେ ମହିଳାଙ୍କ ସମ୍ପର୍କରେ ହାସ୍ୟାସ୍ପଦ ତଥା ବିବାଦୀୟ ମନ୍ତବ୍ୟ ଦେବାରେ ମଧ୍ୟ ପଛରେ ନାହାଁନ୍ତି । ଏପରି ଏକ ସଦ୍ୟତମ ଘଟଣା ପୁଣି ଦେଖିବାକୁ ମିଳିଛି ରାଜସ୍ଥାନରେ ।

ଏକ ସଡକ ବିକାଶମୂଳକ କାମରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସମ୍ପର୍କରେ ଆଶାଳୀନ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି ରାଜସ୍ଥାନ ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ରାଜେନ୍ଦ୍ର ଗୁଡ୍ଡା (minister rajendra gudha)।

ଉଦୟପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଗୁଡ୍ଡା ନିଜ ନିର୍ବାଚନ ମଣ୍ଡଳୀରେ ରାସ୍ତା ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ତେବେ ଅତ୍ୟଧିକ ଉତ୍ସାହିତ ହୋଇ ତାଙ୍କ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ରାସ୍ତା ଠିକ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଗାଲ ପରି ମସୃଣ ହେବା ନେଇ ସେ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବା କହିପକାଇଥିଲେ । ପୂର୍ବରୁ ମଧ୍ୟ ସେ ସମାନ ପ୍ରସଙ୍ଗରେ ଅଭିନେତ୍ରୀ ହେମାମାଳିିନୀଙ୍କ ସମ୍ପର୍କରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଥିଲା । ଅଭିନେତ୍ରୀଙ୍କ ସମ୍ପର୍କରେ ମନ୍ତ୍ରୀଙ୍କର ଏପରି ଆଶାଳୀନ ମନ୍ତବ୍ୟ (rajendra gudha controversial statement) ମୋବାଇଲ କ୍ୟାମେରାରେ କଏଦ ହେବା ସହ ଭାଇରାଲ ହେବାରେ ଲାଗିଛି ।

ବିବାଦୀୟ ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ମନ୍ତ୍ରୀ ଓ ରାଜସ୍ଥାନ ସରକାରଙ୍କୁ ବିରୋଧୀ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ଓ ମହିଳାଙ୍କ ପ୍ରତି ହିଂସା ବୃଦ୍ଧି ପାଇଥିବାବେଳେ ରାଜ୍ୟର ଜଣେ ମନ୍ତ୍ରୀଙ୍କର ଜଣେ ଅଭିନେତ୍ରୀଙ୍କ ପ୍ରତି ଏପରି ବିବାଦୀୟ ବୟାନ ସରକାରଙ୍କୁ କାଠଗଡାରେ ଛିଡା କରିଛି ।

ଗୁଡ୍ଡାଙ୍କ ପୂର୍ବରୁ ପିସିସି ମୁଖ୍ୟ(rajasthan pcc president ) ଗୋବିନ୍ଦ ସିଂ ଦୋଟାସାରା ମଧ୍ୟ ମହିଳାମାନଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details