ଓଡିଶା

odisha

ବିଜେପି ସଭାପତିଙ୍କୁ ତଉଲିଲେ ଗୁଜୁରାଟ ବାସୀ, ଦେଲେ 101 କେଜି ରୂପା

ତିନି ଦିନିଆ ଗୁଜୁରାଟ ଗସ୍ତରେ ବିଜେପି ସଭାପତି ସି ଆର ପାଟିଲ। ସୁରଟରେ ଜୈନ ସମାଜ ଦ୍ବାରା "ରଜତ ତୁଲା" କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅଧିକ ଖବର ପଢନ୍ତୁ...

By

Published : Nov 9, 2020, 8:14 AM IST

Published : Nov 9, 2020, 8:14 AM IST

ବିଜେପି ସଭାପତିଙ୍କୁ ତଉଲିଲେ ଗୁଜୁରାଟ ବାସୀ, ଦେଲେ 101 କେଜି ରୂପା
ବିଜେପି ସଭାପତିଙ୍କୁ ତଉଲିଲେ ଗୁଜୁରାଟ ବାସୀ, ଦେଲେ 101 କେଜି ରୂପା

ଅହମ୍ମଦାବାଦ: ଗୁଜରାଟ ବିଜେପି ସଭାପତି ସି ଆର ପାଟିଲ ରବିବାର ସୁରଟରେ ଜୈନ ସମାଜ ଦ୍ବାରା ଆୟୋଜିତ ଏକ "ରଜତ ତୁଲା" କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଯେଉଁଥିରେ ସେ ତାଙ୍କ ଓଜନର 101 କିଲୋଗ୍ରାମ ରୂପା ସହ ତଉଲି ଥିଲେ । ପାଟିଲ, ଉତ୍ତର ଗୁଜୁରାଟକୁ ତିନି ଦିନିଆ ଭ୍ରମଣରେ ଆସିଛନ୍ତି ।

ସେ ସୂଚନା ଦେଇ ଗଣମାଧ୍ୟମକୁ କହିଛନ୍ତି, "ଜୈନ ସମାଜ ରଜତ ତୁଲା କାର୍ଯ୍ୟକ୍ରମ ଆୟୋଜନ କରିଛି । ସେମାନେ ମୋ ଓଜନ 96 କିଲୋ ଓଜୋନ ସହ 101 କିଲୋଗ୍ରାମ ରୂପା ଦେଇଛନ୍ତି । ଏହି ରୂପାକୁ କଲ୍ୟାଣମୂଳକ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରେ ଆମେ ବଣ୍ଟନ କରାଯିବ ।"

ଏହି କାର୍ଯ୍ୟକ୍ରମ ବିଷୟରେ ପଚରାଯିବାରୁ ରଜତ ତୁଲା କାର୍ଯ୍ୟକ୍ରମ ସଂଯୋଜକ ସୁରେଶ ଶାହା କହିଛନ୍ତି, "ସିଆର୍ ପାଟିଲଙ୍କୁ ଗୁଜରାଟ ବିଜେପି ମୁଖିଆ କରିଥିବାରୁ ଆମେ ଖୁସି । ଜୈନ ସମାଜ ପାଟିଲଙ୍କ ରଜତ ତୁଲାକୁ 101 କିଲୋ ରୂପା ନେଇଥିଲା।

ABOUT THE AUTHOR

...view details