ଓଡିଶା

odisha

ETV Bharat / bharat

2019 Stone Pelting Case: ରାଜସ୍ଥାନ ଦୁଇ ସାଂସଦ ଓ ବିଧାୟକ ନାଁରେ ମାମଲା ରୁଜୁ - ରାଜସ୍ଥାନରେ ବୁକ ହେଲେ ବିଧାୟକ

2019ରେ ଏକ ଆନ୍ଦୋଳନ ବେଳେ ହିଂସା ଓ ପଥରମାଡ ଘଟଣାରେ ରାଜସ୍ଥାନର ସାଂସଦ ଓ ବିଧାୟକରେ ମାମଲା ରୁଜୁ । ଅଧିକ ପଢନ୍ତୁ

ଭଙ୍ଗାରୁଜା ଓ ପଥରମାଡ ମାମଲାରେ ବୁକ ହେଲେ ରାଜସ୍ଥାନ ସାଂସଦ ବିଧାୟକ
ଭଙ୍ଗାରୁଜା ଓ ପଥରମାଡ ମାମଲାରେ ବୁକ ହେଲେ ରାଜସ୍ଥାନ ସାଂସଦ ବିଧାୟକ

By

Published : May 22, 2022, 7:26 AM IST

ଜୟପୁର: ହିଂସା ଓ ପଥରମାଡ ଘଟଣାରେ ଫସିଲେ ରାଜସ୍ଥାନର ସାଂସଦ ଓ ବିଧାୟକ । 2019 ମସିହାରେ ସରକାରୀ ଗାଡିକୁ ପଥର ଫିଙ୍ଗିବା ଏବଂ ଭଙ୍ଗାରୁଜା କରିବା ମାମଲାରେ ରାଜସ୍ଥାନ ପୋଲିସ ଭାରତୀୟ ଜନତା ପାର୍ଟିର ସାଂସଦ କିରୋଡୀ ଲାଲ ମୀନା, ରାଷ୍ଟ୍ରିୟ ଲୋକତାନ୍ତ୍ରିକ ପାର୍ଟିର ହନୁମାନ ବେନିୱାଲ ଏବଂ ବିଜେପି ବିଧାୟକ ଗୋପୀଚାନ୍ଦ ମୀନାଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ରାଜସ୍ଥାନ ଡାଉସା କୋଟୱାଲିର ତତ୍କାଳୀନ CI ବାଣ୍ଡିକୁଇ ରେଳ ଲାଇନରେ ଟ୍ରେନ୍ ଅଟକାଇବା, ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ସରକାରୀ ସମ୍ପତ୍ତି ନଷ୍ଟ କରିବା ଏବଂ ପୋଲିସ୍ ଉପରେ ପଥର ଫିଙ୍ଗିବା ଭଳି ମାମଲା ରୁଜୁ କରିଥିଲେ । ଡାଉସା କୋଟୱାଲୀ ପୋଲିସର ତତ୍କାଳୀନ CI ଏକ ରିପୋର୍ଟ ଦାଖଲ କରିଥିଲା ​​ଯେ 15 ମଇ 2019ରେ ସାଂସଦ କିରୋଡୀ ଲାଲ ମୀନା, ହନୁମାନ ବେନିୱାଲ ଏବଂ ଗୋପୀଚାନ୍ଦ ମୀନା ଥାନାଗାଜୀ ଅଲୱାରରେ ହୋଇଥିବା ଗଣଦୁଷ୍କର୍ମ ଘଟଣା ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଇଥିଲେ । ଯେଉଁଥିରେ ଏହି ହିଂସାକାଣ୍ଡ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details