ଜୟପୁର:ରାଜସ୍ଥାନର ସ୍ବାଧୀନ ବିଧାୟିକା ରମିଳା ଖଦିୟା ହେଡ କନଷ୍ଟେବଳଙ୍କୁ ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ରବିବାର ଉକ୍ତ କନଷ୍ଟେବଳ ଡ୍ୟୁଟିରେ ଥିବାବେଳେ ବିଧାୟିକା ତାଙ୍କୁ ଚାପୁଡା ମାରିଥିବା ହୋଇଛି ଅଭିଯୋଗ ।
କନଷ୍ଟେବଳ ମହେନ୍ଦ୍ର ନାଥ ବିଧାୟିକାଙ୍କ ଜଣେ ଚିହ୍ନା ବ୍ୟକ୍ତିଙ୍କୁ ନିଶାଶକ୍ତ ଅବସ୍ଥାରେ କାବୁ କରିଥିଲେ । ଏହା ପରେ ବିଧାୟିକା ତାଙ୍କୁ ଚାପୁଡା ମାରିଥିବା ସେ ଅଭିଯୋଗ କରିଛନ୍ତି । ବିଧାୟିକା ତାଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କା ସାର୍ଟ କଲର ଧରିଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣା ସମ୍ପର୍କରେ ଆଲୋଚନା ସମୟରେ ବିଧାୟିକା ତାଙ୍କୁ ଚାପୁଡା ମାରିଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ବିଧାୟିକା କନଷ୍ଟେବଳଙ୍କ ଉପରେ ପାଲଟା ଅଭିଯୋଗ କରିଛନ୍ତି । କନଷ୍ଟେବଳ ଜଣକ ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ ଓ ଟଙ୍କା ପାଇଁ ଲୋକଙ୍କୁ ହଇରାଣ କରୁଥିଲେ ବୋଲି ବିଧାୟିକା କହିଛନ୍ତି ।