ଓଡିଶା

odisha

ପାକିସ୍ତାନୀ ଗୁପ୍ତଚର ଗିରଫ; ଫୋନରେ ଥିଲା ଏକାଧିକ ଦେଶର ନମ୍ବର

By

Published : Jun 27, 2021, 12:49 PM IST

ଜଣେ ପାକିସ୍ତାନୀ ଗୁପ୍ତଚର ଗିରଫ କରିଛି ଭାରତୀୟ ଗୁଇନ୍ଦା ସଂସ୍ଥା । ଫୋନରେ ଥିଲା ଏକାଧିକ ଦେଶର ନମ୍ବର । ଅଧିକ ପଢନ୍ତୁ...

Rajasthan man arrested on charges of spying for Pakistan
ପାକିସ୍ତାନୀ ଗୁଇନ୍ଦା ଗିରଫ ; ଫୋନରେ ଥିଲା ଏକାଧିକ ଦେଶର ନମ୍ବର

ଜୟପୁର:ଜଣେ ପାକିସ୍ତାନୀ ଗୁପ୍ତଚରକୁ ଗିରଫ କରିଛି ଭାରତୀୟ ଗୁଇନ୍ଦା ସଂସ୍ଥା । ରାଜସ୍ଥାନର ଜୈସଲମେର ଷ୍ଟେସନ ଗେଟ ନିକଟରୁ ତାଙ୍କୁ ଅଟକ ରଖାଯାଇଥିଲା । ସୂଚନାନୁସାରେ, ଏହି ବ୍ୟକ୍ତି ଜଣକ ବାସନିପୁର ଗାଁର ବାସିନ୍ଦା ବାଇ ଖାନ ବୋଲି ଜଣାପଡିଛି।

ସେ ସେହି ଅଞ୍ଚଳରେ ଏକ କ୍ୟାଣ୍ଟିନ ଚଳାଉଥିଲେ । ତାଙ୍କ ମୋବାଇଲ ଫୋନରେ ପାକିସ୍ତାନ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଏବଂ ବ୍ରିଟେନ ସମେତ ଅନେକ ଦେଶର ନମ୍ବର ଥିବା ସୂଚନା ମିଳିଛି । ବିଭିନ୍ନ ଗୁଇନ୍ଦା ସଂସ୍ଥା ଉକ୍ତ ସନ୍ଦିଗ୍ଧକୁ ପଚରାଉଚରା କରୁଛି ।

ଏ ବାବଦରେ ଏକ ସରକାରୀ ବିବୃତ୍ତି ଏପର୍ଯ୍ୟନ୍ତ ଆସି ନାହିଁ । ସେହିପରି ରାଜସ୍ଥାନର ଚନ୍ଦନ ଫାୟାରିଂ ରେଞ୍ଚ ନିକଟରୁ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ପାକିସ୍ତାନ ଗୁପ୍ତଚର ଭାବରେ କାର୍ଯ୍ୟ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details